www.samajalive.in
Wednesday, December 10, 2025
18.1 C
Bhubaneswar

ଦେଖନ୍ତୁ ଭିଡିଓ: ୭୦ ଜଣଙ୍କ ଉପରେ ଚଢ଼ାଇ ଦେଲେ କାର, ୨ ମୃତ

ସମାଜ ଡିଜିଟାଲ ଡେସ୍କ: ଜନଗହଳିପୂର୍ଣ୍ଣ ଖ୍ରୀଷ୍ଟମାସ ବଜାରରେ ୭୦ ଜଣଙ୍କ ଉପରେ କାର ଚଢ଼ାଇ ଦେଇଛନ୍ତି ଜଣେ ଡାକ୍ତର। ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୬୮ ଜଣ ଏଥିରେ ଆହତ ହୋଇଛନ୍ତି। ଜର୍ମାନୀର ମାଗଡେବର୍ଗ ସହରରେ ଥିବା ଖ୍ରୀଷ୍ଟମାସ ବଜାରରେ ଏହି ଘଟଣା ଘଟିଛି। ଏଥିରେ ପୁଲିସ ୨ ଜଣଙ୍କୁ ଗିରଫ କରିବା ସହିତ କାରକୁ ଜବତ କରିଛି। ଅଭିଯୁକ୍ତ ୨ ଜଣଙ୍କ ମଧ୍ୟରେ ଜଣେ ନାବାଳକ ଥିବାବେଳେ ଅନ୍ୟ ଜଣେ ୫୦ ବର୍ଷୀୟ ଡାକ୍ତର ବୋଲି ଜଣାପଡ଼ିଛି। ଡାକ୍ତର ଜଣକ ସାଉଦି ଆରବର। ସେ ୨ ବର୍ଷ ହେବ ଜର୍ମାନୀରେ ସ୍ଥାୟୀ ବାସିନ୍ଦା ଭାବେ ରହିଆସୁଥିଲେ। ଏହା ଏକ ସନ୍ଦିଗ୍ଧ ଆତଙ୍କବାଦୀ ଆକ୍ରମଣ ବୋଲି କୁହାଯାଉଛି। ଏହି ଘଟଣାକୁ ସାଉଦି ଆରବ ପକ୍ଷରୁ ନିନ୍ଦା କରାଯାଇଛି। ଘଟଣାର ଭୟଙ୍କର ଦୃଶ୍ୟ ସମ୍ବଳିତ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଏକ ଦ୍ରୁତଗାମୀ କାର ହଠାତ ଭିଡ଼ ଭିତରେ ପଶି ଲୋକଙ୍କୁ ଦଳିଚକଟି ଫେରାର ହୋଇଯାଉଛି।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories