ନୂଆଦିଲ୍ଲୀ: ରହିବନି ବିଦ୍ୟୁତ୍ କାଟ୍ ସମୀକ୍ଷା। ଖୁବ୍ ଶୀଘ୍ର ପୃଥିବୀରେ ଓହ୍ଲାଇବ ସୂର୍ଯ୍ୟ। ଶୀଘ୍ର ହାଇଡ୍ରୋଜେନ୍ ଆଧାରିତ ଶକ୍ତି ବିଶ୍ଵରେ ବିଦ୍ୟୁତ୍ ଉତ୍ପାଦନ ପାଇଁ ବ୍ୟବହୃତ ହେବାକୁ ଯାଉଛି। ଆମେରିକାରେ ବିଶ୍ଵର ପ୍ରଥମ ଗ୍ରୀଡ୍ ସ୍କେଲ ଆଣବିକ ଫ୍ୟୁଜନ ପାଓ୍ବାର ପ୍ଲାଣ୍ଟ ରହିବ। ଯଦି ଏହି ଯୋଜନା ସଫଳ ହୁଏ , ତେବେ ଆଗାମୀ ଦିନରେ ବିଶ୍ଵରେ ଆଉ ବିଦ୍ୟୁତର ଅଭାବ ରହିବ ନାହିଁ। ୨୦୨୩ ମସିହା ସୁଦ୍ଧା ଏହାର କାର୍ଯ୍ୟ ଶେଷ ହେବ। ବର୍ତ୍ତମାନ ଏହି ପ୍ଲାଣ୍ଟରୁ ୪୦୦ ମେଗାଓ୍ବାଟ୍ ବିଦ୍ୟୁତ୍ ଉତ୍ପାଦନ କରିବାର ଯୋଜନା ରହିଛି। ଯାହା ପ୍ରାୟ ୧.୫ ଲକ୍ଷ ଘରକୁ ଆଲୋକିତ କରିବାର କ୍ଷମତା ରଖିଛି। ସମଗ୍ର ବିଶ୍ୱ ବର୍ତ୍ତମାନ ସ୍ୱଚ୍ଛ ଶକ୍ତି ଗ୍ରହଣ କରିବା ଦିଗରେ ଗତି କରୁଛି। ପୃଥିବୀକୁ ବଞ୍ଚାଇବା ପାଇଁ ସମସ୍ତେ ଅଙ୍ଗାରକାମ୍ଳ ନିର୍ଗତ ଶକ୍ତି ଉତ୍ସରୁ ନିଜକୁ ଦୂରେଇ ରଖିବାକୁ ଚାହାଁନ୍ତି। ଆଣବିକ ଫ୍ୟୁଜନ୍ ଶକ୍ତି ହେଉଛି ଏକ ଶକ୍ତି ଯାହା ପୃଥିବୀରେ ସର୍ବଦା ଉପଲବ୍ଧ ହେବ।
Popular Categories



