ନକଲି ପେମେଂଟ ଆପ ଠକେଇର ଏକ ନୂତନ ଧାରା ଆରମ୍ଭ – ବ୍ୟବସାୟୀ ଏପରି ହେବେ ସଚେତନ

ଭୁବନେଶ୍ୱର : ନକଲି ପେମେଂଟ ଆପ ଠକେଇର ଏକ ନୂତନ ଧାରା ଆରମ୍ଭ ହୋଇଛି ଯାହା ସମ୍ପର୍କରେ ବ୍ୟବସାୟୀମାନେ ସଚେତନ ହେବା ଉଚିତ । ଲୋକପ୍ରିୟ ପେମେଂଟ ଆପଗୁଡ଼ିକର ୟୁଆଇ, ସେଥିରେ ବ୍ୟବହୃତ ରଙ୍ଗ ଏବଂ ସାମଗ୍ରିକ ରୂପ ସହିତ ନକଲି ପେମେଂଟ ଆପଗୁଡ଼ିକ ସମାନ ଦେଖାଯାଇ ଥାଆନ୍ତି ।  ଏହି ଆପ୍‌ ମାନଙ୍କରେ  ପ୍ରାୟତଃ ସମଗ୍ର ପେମେଂଟ ପ୍ରକ୍ରିୟାକୁ ନକଲ କରନ୍ତି । ନକଲି ପେମେଂଟ ଆପ ଠକେଇରୁ ନିଜକୁ ରକ୍ଷା କରିବା ପାଇଁ ବ୍ୟବସାୟୀଙ୍କ ପାଇଁ ଫୋନପେ ସାଇବର ସୁରକ୍ଷା ବିଶେଷଜ୍ଞମାନେ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ପ୍ରଦାନ କରିଛନ୍ତି । ସେମାନଙ୍କର ବ୍ୟବସାୟକୁ ସୁରକ୍ଷିତ ରଖିବା ପାଇଁ ବ୍ୟବସାୟୀମାନେ ସେମାନଙ୍କ ପେମେଂଟ ଆପ କିମ୍ବା ବ୍ୟାଙ୍କ ଆକାଉଂଟ ମାଧ୍ୟମରେ ଟ୍ରାଞ୍ଜାକସନର ସବିଶେଷ ତଥ୍ୟ ଯାଂଚ କରିବା ଉଚିତ ।

ପେମେଣ୍ଟରେ ଅସଙ୍ଗତି ଥିଲେ ସବିଶେଷ ତଥ୍ୟର ପରୀକ୍ଷାନିରୀକ୍ଷା କରିବା, ଭିଡ଼ ଥିବା ସମୟରେ ଗ୍ରାହକମାନେ ବ୍ୟବହାର କରୁଥିବା ଚାପ କୌଶଳ ପ୍ରତି ସତର୍କ ରହିବା ଆବଶ୍ୟକ ଏବଂ ଅଜଣା ପେମେଂଟ ଆପ ବ୍ୟବହାର କରିବାଠାରୁ ଦୂରେଇ ରହିବା ଉଚିତ । ବ୍ୟବସାୟୀମାନେ ନିଶ୍ଚିତ ରୂପେ ସେମାନଙ୍କ କର୍ମଚାରୀମାନଙ୍କୁ ନକଲି ପେମେଂଟ ଆପ ଦ୍ୱାରା ହେଉଥିବା ଠକେଇ ସମ୍ପର୍କରେ ଶିକ୍ଷିତ କରାଇବା ଆବଶ୍ୟକ ଏବଂ ଜାଲିଆତି ଟ୍ରାଞ୍ଜାକସନକୁ କିପରି ଚିହ୍ନଟ କରାଯିବ ତାହା ଜାଣିବା ଆବଶ୍ୟକ । ଦ୍ରବ୍ୟ କିମ୍ବା ସେବା ପ୍ରଦାନ ପୂର୍ବରୁ ପେମେଂଟକୁ ଯାଂଚ କରିବା ପାଇଁ ସେମାନେ ଏକ ସୁନିର୍ଦ୍ଦିଷ୍ଟ ପ୍ରକ୍ରିୟା କାର୍ଯ୍ୟକାରୀ କରିପାରିବେ । ଏଥିରେ ଟ୍ରାଞ୍ଜାକସନ ଆଇଡିକୁ ଯାଂଚ କରିପାରିବେ କିମ୍ବା ଆପଣଙ୍କ ପେମେଂଟ ପ୍ରୋସେସରରୁ କନଫର୍ମେସନ ମିଳିବା ଯାଏଁ ଅପେକ୍ଷା କରିପାରିବେ । ଯଦି ଆପଣ ଏକ ନକଲି ପେମେଂଟ ଆପ ଦ୍ୱାରା ଠକେଇ ହୋଇଥିବା ସନ୍ଦେହ କରୁଛନ୍ତି, ତେବେ ତୁରନ୍ତ ଏହାକୁ ସମ୍ପୃକ୍ତ ଅଧିକାରୀ ଏବଂ ଆପଣଙ୍କର ପେମେଂଟ ପ୍ରୋସେସରକୁ ଜଣାନ୍ତୁ ।

ଫୋନପେ ତାହାର ବ୍ରାଣ୍ଡର ନକଲ କରୁଥିବା ଆପ ଏବଂ ଚ୍ୟାନେଲଗୁଡ଼ିକୁ ସମସ୍ତ ଶକ୍ତି ଦେଇ ମୁକାବିଲା କରୁଛି । କମ୍ପାନୀ ଏହାର ଟ୍ରେଡ ମାର୍କର ଉଲ୍ଲଂଘନକୁ ରୋକିବା ପାଇଁ ‘ଜନ ଡୋ’ ନିର୍ଦ୍ଦେଶନାମା ଅନୁଯାୟୀ ନିର୍ଦ୍ଦେଶ ଜାରି କରିବାକୁ ମାନ୍ୟବର ମାଡ୍ରାସ ହାଇକୋର୍ଟଙ୍କ ନିକଟରେ ଅନୁରୋଧ କରି ସକ୍ରିୟ ପଦକ୍ଷେପ ନେଇଛି । ଏହି ମକଦ୍ଦମା ପରେ ଫୋନପେ’ରୁ କୌଣସି ଅଭିଯୋଗ ପାଇବା ମାତ୍ରେ ଯେକୌଣସି ନକଲି ପେମେଂଟ ଆପର ପୋଷ୍ଟ ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଏବଂ ସେଗୁଡ଼ିକୁ ହଟାଇବା ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଆପଣ ଜଣେ ଠକ ଦ୍ୱାରା ଫୋନପେ ମାଧ୍ୟମରେ ଠକେଇର ଶିକାର ହୋଇଛନ୍ତି, ତେବେ ଫୋନପେ ଆପ ବ୍ୟବହାର କରି କିମ୍ବା ଗ୍ରାହକ ସେବା କେନ୍ଦ୍ର ନମ୍ବର ୦୮୦–୬୮୭୨୭୩୭୪ / ୦୨୨–୬୮୭୨୭୩୭୪ରେ ଫୋନ କରି କିମ୍ବା ଫୋନପେ’ର ଅଫିସିଆଲ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ମାଧ୍ୟମରେ ଆପଣ ତୁରନ୍ତ ଉକ୍ତ ଠକେଇ ବିଷୟରେ ରିପୋର୍ଟ କରିପାରିବେ । ଶେଷରେ, ଆପଣ ନିକଟସ୍ଥ ସାଇବର କ୍ରାଇମ ସେଲରେ ଠକେଇ ଅଭିଯୋଗର ରିପୋର୍ଟ କରିପାରିବେ କିମ୍ବା  https://www.cybercrime.gov.in/ ରେ ଅନଲାଇନରେ ଅଭିଯୋଗର ପଞ୍ଜିକରଣ କରିପାରିବେ କିମ୍ବା ୧୯୩୦ରେ ସାଇବର କ୍ରାଇମ ସେଲର ହେଲ୍ପଲାଇନକୁ ଯୋଗାଯୋଗ କରିପାରିବେ ।

 

Comments are closed.