ଦେଶୀ ମଦ ଓ ସ୍କୁଟି ଜବତ: ଦୁଇ ଗିରଫ
ଆଠଗଡ : କଟକ ଜିଲ୍ଲା ଅବକାରୀ ଅଧିକ୍ଷକ କରୁଣା ଶଙ୍କର ତିୱାରୀଙ୍କ ନିର୍ଦେଶ କ୍ରମେ ଆଠଗଡ ଅବକାରୀ ବିଭାଗ ପକ୍ଷରୁ ଚୋରା ଦେଶୀ ମଦ କାରବାର ରୋକିବାକୁ ନିୟମିତ ଚଢାଉ ଜାରି ରହିଛି । ସୋମବାର ଉପଅଧିକ୍ଷକ ନିମାଇଁ ଚରଣ ସିଂହଙ୍କ ନେତୃତ୍ବରେ ନିରୀକ୍ଷକ ରବି ନାରାୟଣ ପ୍ରଧାନ ଓ ଉପନିରୀକ୍ଷକ ଅରୁଣ କୁମାର ଭୋଇ ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ପେଟ୍ରୋଲିଂ କରୁଥିଲେ । ଅପରାହ୍ନରେ ସେହି ରାସ୍ତାଦେଇ ଯାଉଥିବା ଏକ ସ୍କୁଟିକୁ ଅଟକାଇ ଯାଞ୍ଚ କରିବା ସମୟରେ ସେଥିରେ ୧୮ଲିଟର ଦେଶୀ ମଦ ଚାଲାଣ ହେଉଥିବା ଦେଖିଥିଲେ । ସ୍କୁଟି ସହିତ ମଦ ଜବତ କରିବା ସହ ଅବକାରୀ ସ୍କ୍ୱାର୍ଡ ମଦ ଚାଲାଣ କରୁଥିବା ଆଙ୍କୁଲା ଗାଁର ଅଶୋକ ପ୍ରଧାନ ଓ ଟିକନ ବେହେରା ନାମକ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।
Comments are closed.