www.samajalive.in
Tuesday, December 9, 2025
16.1 C
Bhubaneswar

ଆସିବ ନୂଆ ବିସ୍ଥାପନ ଓ ଥଇଥାନ ନୀତି : ରାଜସ୍ଵ ମନ୍ତ୍ରୀ

ରାୟଗଡ଼ା : ଶିଳ୍ପାନୁଷ୍ଠାନ ଦ୍ୱାରା ବିସ୍ଥାପିତ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ସହାୟତା ପହଞ୍ଚିଛି କି ନାହିଁ ତାହାର ଅନୁଧ୍ୟାନ କରାଯିବ। ରାଜ୍ୟସ୍ତରରେ ୨୦୦୬ ବିସ୍ଥାପନ ଓ ଥଇଥାନ ନୀତିକୁ ଆମେ ପରିବର୍ତ୍ତନ କରିବାକୁ ଯାଉଛି। ସମସ୍ତଙ୍କ ପରାମର୍ଶକ୍ରମେ ୨୦୨୫ ଜାନୁଆରୀ, ଫେବ୍ରୁଆରୀରେ ସାରା ଓଡ଼ିଶା ନୂତନ ବିସ୍ଥାପନ ଓ ଥଇଥାନ ନୀତି ଦେଖିବ। ରାଜସ୍ୱ ଆଇନର ସଂସ୍କାର ଦେଖିବେ ରାଜ୍ୟବାସୀ। ରାଜସ୍ୱ ନିୟମାବାଳୀରେ ପରିବର୍ତ୍ତନ କରାଯିବ। ରାଜସ୍ୱ ବିଭାଗକୁ ଅଧିକ ଶକ୍ତିଶାଳୀ କରିବାକୁ ବ୍ୟାପକ ପରିବର୍ତ୍ତନ ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ରାଜ୍ୟ ବିକାଶରେ ରାୟଗଡ଼଼ା ଜିଲା ଏନ୍ତୁଡିଶାଳ ହେବ। ରାୟଗଡ଼଼ା ସହ ଅବିଭକ୍ତ କୋରାପୁଟ ଜିଲା ରହିଛି। ଏହି ଜିଲାରେ ସବୁଠାରୁ ଅଧିକ ଜନଜାତି ସମ୍ପ୍ରଦାୟର ଲୋକ ରହୁଛନ୍ତି। ଅଧିକାଂଶ ଜନଜାତିଙ୍କ ପାଖରେ ଆଜି ମଧ୍ୟ ସ୍ୱାଧୀନତାର ସ୍ୱାଦ ପହଞ୍ଚି ପାରିନାହିଁ। ମିଳିମିଶି କିପରି ସମସ୍ତଙ୍କ ପାଖରେ ବିକାଶ ପହଞ୍ଚିଇବା ସେ ନେଇ କାମ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିଦେଶ ଦିଆଯାଇଛି। ରାୟଗଡ଼଼ା ଜିଲାରେ ଧାନମଣ୍ଡି ଦଲାଲମୁକ୍ତ କରିବାକୁ ସବୁ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ଚାଷୀମାନେ ସେମାନଙ୍କର ଉଚିତ ମୂଲ୍ୟ କିପରି ପାଇବେ ସେ ନେଇ ପ୍ରଶାସନ ଧ୍ୟାନ ଦେବା ଆବଶ୍ୟକ । ରାୟଗଡ଼଼ାର ମା’ ମଝିଘରିଆଣୀଙ୍କ ଜମି କିପରି ମନ୍ଦିର ଟ୍ରଷ୍ଟକୁ ଫେରିବ ସେ ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଦିନିକିଆ ରାୟଗଡ଼଼ା ଗସ୍ତରେ ଆସି ଶ୍ରୀ ପୂଜାରୀ ମା’ ମଝିଘରିଆଣୀଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଏହି ଗସ୍ତ ସମୟରେ ବିଜେପି ଜିଲା ସଭାପତି ଶିବ ପଟ୍ଟନାୟକ, ସାଂସଦ ପ୍ରାର୍ଥୀ କାଳୀରାମ ମାଝୀଙ୍କ ସମେତ ଦଳୀୟ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories