www.samajalive.in
Thursday, December 11, 2025
15.1 C
Bhubaneswar

ଓ୍ବାଟର ହିଟରରେ କାହିଁକି ଜମିଯାଏ ଧଳା ସ୍ତର, ଏହା କମାଇଦିଏ କି ଉତ୍ତାପ ଶକ୍ତି ?

ସମାଜ ଡିଜିଟାଲ ଡେସ୍କ: ସାଧାରଣତଃ ପାଣି ଗରମ କରିବା ରଡ୍‌ ବା ଓ୍ବାଟର ହିଟରକୁ କିଛିଦିନ ବ୍ୟବହାର କରିବା ପରେ ଏହାର ରଙ୍ଗ ଧଳା ହୋଇଯାଏ। ଏହା ଉପରେ ଧଳା ପାଉଡର ଭଳି ଏକ ସ୍ତର ଜମିଯାଏ। ତେବେ କ’ଣ ଆପଣ ଜାଣନ୍ତି ଯେ, ଏପରି କାହିଁକି ହୋଇଥାଏ? ଆସନ୍ତୁ ଜାଣିବା ଏହାର ଉତ୍ତର ଏବଂ ଏହାଦ୍ଵାରା ଓ୍ବାଟର ହିଟରର ଉତ୍ତାପ ଶକ୍ତି ପ୍ରଭାବିତ ହୁଏ କି ନାହିଁ?

ପାଣି​‌ରେ ବିଭିନ୍ନ ପ୍ରକାରର ମିନେରାଲ୍ସ ଥାଏ, ଯେଉଁଥିରେ କ୍ୟାଲସିୟମ ଓ ମାଗ୍ନେସିୟମ ମଧ୍ୟ ସାମିଲ। ଯେତେବେଳେ ଏହା ସାହାଯ୍ୟରେ ପାଣି ଗରମ କରାଯାଏ, ସେତେବେଳେ ରଡ୍‌ର ପ୍ରବଳ ତାତି କାରଣରୁ ଏହାର ଚାରିପାଖରେ ସେସବୁ ଜମା ହୋଇଯାଏ। ଏଥିସହ ପାଣିରେ ଲବଣର ମାତ୍ରା ଥିବାରୁ ଲବଣ ମଧ୍ୟ ଏହା ଉପରେ ଜମିଯାଏ। ଏହି କାରଣରୁ ଏହା ଧିରେ ଧିରେ ଧଳା ହୋଇଯାଏ।

- Advertisement -

ଅନେକ ରିପୋର୍ଟ ଅନୁସାରେ, ଏସବୁ ଜମିବା ଦ୍ଵାରା ରଡ୍‌ର ଉତ୍ତାପ ଶକ୍ତି ଉପରେ ପ୍ରଭାବ ପଡ଼ିଥାଏ। ଏକ ସ୍ତର ଜମି ଯାଇଥିବାରୁ ଏଥିରେ ପାଣି ଧିରେ ଧିରେ ଗରମ ହୋଇଥାଏ। ତେଣୁ ଏହାକୁ ବାରମ୍ବାର ସଫା କରିବା ଉଚିତ ଏବଂ ଇଣ୍ଟରନେଟ୍‌ରେ ଆପଣଙ୍କୁ ଏହି ଧଳା ସ୍ତର ସଫା କରିବାର ଉପାୟ ମଧ୍ୟ ମିଳିଯିବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories