www.samajalive.in
Wednesday, December 10, 2025
26.1 C
Bhubaneswar

ଟ୍ରେନରେ କଟି ୨ ପାଚିକା ସହାୟିକାଙ୍କ ମୃତ୍ୟୁ

ସମାଜ ଡିଜିଟାଲ ଡେସ୍କ: ଟ୍ରେନରେ କଟି ୨ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇ ଜଣ ହେଲେ ଏକ ସ୍କୁଲରେ କାର୍ଯ୍ୟରତ ପାଚିକା ସହାୟିକା। ଗଞ୍ଜାମ ଜିଲା ସୋରଳ ଷ୍ଟେସନରେ ରବିବାର ଏହି ଅଘଟଣ ଘଟିଛି।

ମିଳିଥିବା ସୂଚନା ଅନୁସାରେ, ଜଗନ୍ନାଥପୁରର ପାର୍ବତୀ ଗୌଡ଼ ଏବଂ ଝୁନୁ ଗୌଡ଼ ସ୍ଥାନୀୟ ସ୍କୁଲରେ ପାଚିକା ସହାୟିକା ଭାବେ କାର୍ଯ୍ୟ କରୁଥିଲେ। ସେମାନେ ଭୁବନେଶ୍ଵରରେ ପାଚିକା ସଂଘ ସଭାରେ ଯୋଗଦେବାକୁ ଟ୍ରେନ ଯୋଗେ ଆସିବା ଲାଗି ଷ୍ଟେସନକୁ ଆସିଥିଲେ। ଷ୍ଟେସନରେ ଟ୍ରେନରେ ଚଢ଼ିବା ସମୟରେ ଗୋଡ଼ ଖସିଯିବାରୁ ଉଭୟେ ରେଳଧାରଣାରେ ପଡ଼ିଯାଇଥିଲେ। ଫଳରେ ସେମାନଙ୍କ ଉପରେ ଟ୍ରେନ ଚଢ଼ିଯାଇଥିଲା। ପୁଲିସ ଉଭୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଏମକେସିଜି ପଠାଇଛି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories