www.samajalive.in
Sunday, December 7, 2025
16.1 C
Bhubaneswar

ଚୋରା କାଠ ବୋଝେଇ ମିନି ଟ୍ରକ ଜବତ

ପାଟଣା: କେନ୍ଦୁଝର ଜିଲା ପାଟଣା ବନାଞ୍ଚଳ ଖିରେଇଟାଙ୍ଗିରି ବନ କ୍ଷେତ୍ର ବନ କର୍ମଚାରୀମାନେ ଶନିବାର ବିଳମ୍ବିତ ସନ୍ଧ୍ୟାରେ ୪୯ ନଂ ଜାତୀୟ ରାଜପଥ ଉପରେ ପାଟ୍ରୋଲିଂ କରୁଥିବା ସମୟରେ ଚୋରା କାଠ ଚାଲାଣ କରୁଥିବା ଏକ ମିନି ଟ୍ରକକୁ ଜବତ କରିଛନ୍ତି। ସୂଚନାନୁସାରେ, ଏକ ମିନି ଟ୍ରକରେ କେନ୍ଦୁଝର ଅଭିମୁଖେ କାଠ ଚୋରା ଚାଲାଣ ହେଉଥିଲା। ପାଟ୍ରୋଲିଂ କରୁଥିବା ବନ ବିଭାଗ କର୍ମଚାରୀଙ୍କୁ ଚକମା ଦେଇ ଗାଡ଼ିଟି ଖସିଯିବାକୁ ଉଦ୍ୟମ କରୁଥିବାବେଳେ ଚେମଣା ଗ୍ରାମ ନିକଟରେ ବନ ବିଭାଗ ଗାଡ଼ିଟିକୁ ଅଟକାଇବାରେ ସକ୍ଷମ ହୋଇଥିଲେ। ଗାଡ଼ି ଛାଡ଼ି ଡ୍ରାଇଭର ଜଣକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବାବେଳେ ଜବତ ଗାଡ଼ିରୁ ୮ ଖଣ୍ଡ ଶାଳ ଚଉକାଠ ଓ ୩୫ଟି ଶାଳ ପଟା ମିଳିଥିଲା, ଯାହାର ଆନୁମାନିକ ମୂଲ୍ୟ ୫୦ ହଜାରରୁ ଊର୍ଦ୍ଧ୍ବ ହେବ ବୋଲି କୁହାଯାଉଛି। ଜବତ ଗାଡ଼ିକୁ ଖିରେଇଟାଙ୍ଗିରି ବନ ବିଭାଗ କାର୍ଯ୍ୟାଳୟକୁ ନିଆଯାଇଛି। ଏହି ଚଢ଼ାଉରେ ଖିରେଇଟାଙ୍ଗିରି ବନପାଳ ପୂର୍ଣ୍ଣଚନ୍ଦ୍ର ମହାନ୍ତ, ବନରକ୍ଷୀ ଡଲିରାଣୀ ସାହୁ ଓ ଅନ୍ୟ ପାରା କର୍ମଚାରୀମାନେ ସାମିଲ ଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories