www.samajalive.in
Monday, December 8, 2025
27.1 C
Bhubaneswar

ଶୋଇବା ପୂର୍ବରୁ ଏହି ଗୋଟିଏ ଦ୍ରବ୍ୟ ଖାଇବା ଅନୁଚିତ

କାକୁଡି ଅନେକ ଲୋକଙ୍କର ପସନ୍ଦ ଅଟେ। ଏହାକୁ କଞ୍ଚା ଏବଂ ସାଲାଡରେ ବ୍ୟବହାର କରାଯାଇଥାଏ। କାକୁଡିରେ ଭରପୂର ମାତ୍ରାରେ ନ୍ୟୁଟ୍ରିଏନ୍ସ ରହିଛି। ଏହାକୁ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ହୋଇଥାଏ। ଏହାସହ କାକୁଡିରେ ଭିଟାମିନ-କେ, ଆଣ୍ଟି-ଅକ୍ସିଡାଣ୍ଟ ରହିଛି। ଏହା ମସ୍ତିଷ୍କକୁ ସୁସ୍ଥ ରଖିଥାଏ। କିନ୍ତୁ ଆପଣ ଜାଣିବା ଉଚିତ ଯେ, ରାତିରେ କାକୁଡି ଖାଇବା ଅନୁଚିତ। ଆସନ୍ତୁ ଜାଣିବାର ଏହାର କାରଣ କ’ଣ ..
ରାତିରେ ଆମେ ଭୋଜନରେ ଅନେକ ଖାଦ୍ୟ ଖାଇଥାଉ। ତାହା ହଜମ ହେବା ପାଇଁ ଅନେକ ସମୟ ଲାଗିଥାଏ। ବେଳେବେଳେ ଅଧିକ ଖାଦ୍ୟ ଖାଇବା ଦ୍ୱାରା ନିଦ ଠିକ ଭାବେ ହୋଇନଥାଏ। ତେଣୁ ରାତିରେ ଗାଜର, କାକୁଡି ଖାଆନ୍ତୁ ନାହିଁ। ଏହା ସହଜରେ ହଜମ ହୋଇଥାଏ। କାକୁଡିରେ ପାଣିର ମାତ୍ରା ଅଧିକ ରହିଛି। ତେଣୁ କାକୁଡି ଖାଇବା ଦ୍ୱାରା ପେଟ ଭର୍ତ୍ତି ହେଲା ପରି ଲାଗିଥାଏ। ନିଦ ହେବାରେ ମଧ୍ୟ ସମସ୍ୟା ଦେଖା ଦେଇଥାଏ।
ଯେଉଁ ବ୍ୟକ୍ତିମାନଙ୍କର ହଜମ ପ୍ରକ୍ରିୟାରେ ସମସ୍ୟା ରହିଥାଏ ସେମାନେ ରାତିରେ କାକୁଡି ଖାଇବା ଅନୁଚିତ। ଏହା ଶରୀରରେ ଅନେକ ସମସ୍ୟା ସୃଷ୍ଟି କରିଥାଏ।
କାକୁଡି ଖାଇବାର ସଠିକ ନିୟମ :
ରାତି ଅପେକ୍ଷା କାକୁଡିକୁ ଦିନରେ ଖାଇବା ଉଚିତ। କାକୁଡି ଖାଇବା ସଙ୍ଗେ ସଙ୍ଗେ ପାଣି ପିଇବା ଅନୁଚିତ। କାରଣ କାକୁଡିରେ ସଠିକ ମାତ୍ରାରେ ପାଣି ରହିଛି। କାକୁଡି ଖାଇବା ପରେ ପାଣି ପିଇବା ଦ୍ୱାରା ଶରୀରକୁ ଅଧିକ ଲାଭ ମିଳିନଥାଏ।
କାକୁଡିକୁ ସର୍ବଦା ଖାଦ୍ୟ ଖାଇବାର ୨୦ ରୁ ୩୦ ମିନିଟ ପୂର୍ବରୁ ଖାଇବା ଉଚିତ।
ରାତିରେ ଭଲ ନିଦ ପାଇଁ ହାଲୁକା ଓ ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ଖାଆନ୍ତୁ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories