www.samajalive.in
Wednesday, December 10, 2025
26.1 C
Bhubaneswar

OpenAI ପୂର୍ବତନ ଗବେଷକ ଭାରତୀୟ ଆମେରିକୀୟ ସୁଚିର ବାଲାଜୀଙ୍କ ମୃତ୍ୟୁ

ସମାଜ ଡିଜିଟାଲ ଡେସ୍କ: ଚାଟ ଜିପିଟି(ChatGPT) ନିର୍ମାତା ଓପନଏଆଇ (OpenAI)ର ପୂର୍ବତନ ଗବେଷକ ତଥା ୨୬ ବର୍ଷୀୟ ଭାରତୀୟ ଆମେରିକୀୟ ଯୁବକ ସୁଚିର ବାଲାଜୀଙ୍କ ମୃତ୍ୟୁ ଘଟିଛି। ଆମେରିକାର ସାନ ଫ୍ରାନସିସ୍‌କୋସ୍ଥିତ ଫ୍ଲାଟରୁ ତାଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ। ସୁଚିର OpenAIର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଥିଲେ। ସାନ ଫ୍ରାନସିସକୋ ପୁଲିସ ସୂଚନା ଅନୁସାରେ, ନଭେମ୍ବର ୨୬ରେ ସୁଚିରଙ୍କ ମୃତ୍ୟୁ ଘଟିଥିବାବେଳେ ଡିସେମ୍ବର ୧୪ରେ ଘଟଣା ସାମ୍ନାକୁ ଆସିଛି।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସୁଚିର କିଛି ଦିନ ହେବ ନିଜ ଘରୁ ବାହାରକୁ ଆସି ନ ଥିଲେ। ନିଜ ବନ୍ଧୁ ଏବଂ ସହକର୍ମୀମାନେ ତାଙ୍କୁ ଫୋନ କରୁଥିଲେ ମଧ୍ୟ ସେ ଉତ୍ତର ଦେଉ ନ ଥିଲେ। ଫଳରେ କିଛି ବନ୍ଧୁ ଏବଂ ସହକର୍ମୀ ତାଙ୍କୁ ଫ୍ଲାଟରେ ପହଞ୍ଚିଥିଲେ। କିନ୍ତୁ କବାଟ ଭିତରପଟୁ ବନ୍ଦ ରହିଥିଲା। ତେଣୁ ସେମାନେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ କବାଟ ଭାଙ୍ଗି ଭିତରକୁ ଯିବା ପରେ ସୁଚିରଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଏହା ଆତ୍ମହତ୍ୟା ବୋଲି ପୁଲିସ ସନ୍ଦେହ କରୁଛି।

- Advertisement -

ନ୍ୟୁୟର୍କ ଟାଇମ୍ସକୁ ସାକ୍ଷାତକାର ଦେବା ସମୟରେ ସୁଚିର ଅଭିଯୋଗ କରିଥିଲେ ଯେ, OpenAIର କାର୍ଯ୍ୟଶୈଳୀ ଇଣ୍ଟରନେଟ ଇକୋସିଷ୍ଟମ ଏବଂ ଏଥିରେ ଜଡିତ ବ୍ୟବସାୟ ଓ ଲୋକଙ୍କ ପାଇଁ ହାନିକାରକ, ଯେଉଁମାନଙ୍କ ତଥ୍ୟକୁ ସେମାନଙ୍କ ବିନା ସମମତିରେ OpenAI ଦ୍ଵାରା ବ୍ୟବହାର କରାଯାଉଛି। ସୁଚିରଙ୍କ ଅଭିଯୋଗ ଅନେକ ଲେଖକ, ପ୍ରୋଗ୍ରାମର ଏବଂ ସାମ୍ବାଦିକମାନଙ୍କ ଦ୍ଵାରା OpenAI ବିରୋଧରେ ଦାୟର କରାଯାଇଥିବା ମାମଲାଗୁଡ଼ିକର ମୂଳ ଆଧାର। ମକଦ୍ଦମାକାରୀମାନେ ଦାବି କରିଛନ୍ତି ଯେ, OpenAI ନିଜର ChatGPTକୁ ପ୍ରଶିକ୍ଷିତ କରାଇବା ଲାଗି ସେମାନଙ୍କ କପିରାଇଟ୍‌ କାର୍ଯ୍ୟଗୁଡ଼ିକୁ ଅବୈଧ ରୂପେ ବ୍ୟବହାର କରିଛି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories