ବଣାଇ : ସୁନ୍ଦରଗଡ ଜିଲ୍ଲା ବଣାଇରେ ଗର୍ଭବତୀ ମହିଳାଙ୍କୁ ଗୁଳି କରି ହତ୍ୟା ଘଟଣାରେ ନୂଆ ମୋଡ ନେଇଛି । ସମ୍ପୃକ୍ତ ଘଟଣାରେ ମହିଳାଙ୍କ ସ୍ୱାମୀ ସମେତ ଅନ୍ୟ ୪ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି । ଏହାସହ ହତ୍ୟାକାଣ୍ଡରେ ବ୍ୟବହାର କରାଯାଇଥିବା ବନ୍ଧୁକ ମଧ୍ୟ ଜବତ କରିଛି ପୁଲିସ । ଏଥିରେ ୨ ଜଣ ସମ୍ପୃକ୍ତ ଥିବା ପ୍ରାଥମିକ ତଦନ୍ତରୁୁ ଜଣାପଡିଛି । ଆଉ କିଏ ଏଥିରେ ସମ୍ପୃକ୍ତ ସେନେଇ ତଦନ୍ତ ଜାରି ରଖିଛି ପୁଲିସ ।
ସୂଚନାନୁଯାୟୀ, ବୁଧବାର ଟିକାୟତପାଲି ଥାନା ଝିର୍ଡାପାଲି ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ମୃତ ମହିଳାଙ୍କ ଘର କବାଟ ବାଡେଇଥିଲେ। ମହିଳା ଜଣକ କବାଟ ଖୋଲିବାରୁ ତାଙ୍କ ବେକରୁ ସୁନା ଚେନ୍ ଏବଂ ମଙ୍ଗଳସୂତ୍ର ଛଡାଇ ନେଇଥିଲେ। କେବଳ ଏତିକି ନୁହେଁ ମହିଳା ଜଣକ ପାଟି କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଗୁଳି କରିଥିଲେ। ପରେ ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ସୁନ୍ଦରଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଏକାଠି ହେବେ ଶନି-ଶୁକ୍ର; ନୂଆବର୍ଷରେ ସୁନାଭଳି ଚମକିବେ ଏହି ରାଶି, ହେବେ ଭାଗ୍ୟଶାଳୀ, ମିଳିବ ଧନ, ହେବ ବିବାହ..



