www.samajalive.in
Monday, December 8, 2025
27.1 C
Bhubaneswar

ଧଳାଜହର ଜବତ, ୫ ଅଟକ

ଧାମରା: ଧଳା ଜହର ବ୍ୟବହାରକାରୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଭଳି ପରିସ୍ଥିତିରେ ଶୁକ୍ରବାର ବାଂଶଡା ପୁଲିସ ୫ ଜଣ ଧଳାଜହର ବ୍ୟବହାରକାରୀଙ୍କୁ ଅଟକ ରଖିଛି। ସୂଚନା ଅନୁଯାୟୀ, ଘଣ୍ଟେଶ୍ୱର ଅଞ୍ଚଳର ୫ ଜଣ ଯୁବକ ଘଂଟେଶ୍ୱରଠାରେ ଏହି ଧଳାଜହରକୁ ବ୍ୟବହାର କରିବାକୁ ଯାଉଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ବାଂଶଡା ଥାନାଧିକାରୀ ଦେବରାଜ ସ୍ୱାଇଁ ସେଠାରେ ପହଞ୍ଚି ଏହି ଧଳାଜହରକୁ ଜବତ କରିଥିଲେ। ଏଥିସହ ସେମାନଙ୍କୁ ବାଂଶଡା ଥାନାକୁ ଆଣି ପଚରାଉଚରା କରିଛନ୍ତି। ସେମାନେ ଏହାକୁ ନିୟମିତ ବ୍ୟବହାର କରୁଥିବା କହିବା ସହ ଏହାକୁ ଭଦ୍ରକ ଜିଲାର ବଉଳପୋଖରୀ ଅଞ୍ଚଳରୁ ଆଣୁଛନ୍ତି ବୋଲି କହିଛନ୍ତି। ଏହି ଧଳା ଜହର କିଏ ଆଣି ଦେଉଛନ୍ତି ଅଥବା ସେମାନେ ନିଜେ ଯାଇ ଆଣୁଛନ୍ତି ତାହାର ତଦନ୍ତ ଚଳାଇଛି ପୁଲିସ। ତେବେ ଜବତ ଧଳାଜହରର ପରିମାଣ ଜଣାପଡ଼ିନାହିଁ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories