www.samajalive.in
Monday, December 8, 2025
20.1 C
Bhubaneswar

ଗର୍ଭବତୀ ମହିଳାଙ୍କୁ ଗୁଳି କରି ହତ୍ୟା ଘଟଣା; ବନ୍ଧୁକ ଜବତ, ସ୍ୱାମୀ ସହ ୪ ଅଟକ

ବଣାଇ : ସୁନ୍ଦରଗଡ ଜିଲ୍ଲା ବଣାଇରେ ଗର୍ଭବତୀ ମହିଳାଙ୍କୁ ଗୁଳି କରି ହତ୍ୟା ଘଟଣାରେ ନୂଆ ମୋଡ ନେଇଛି । ସମ୍ପୃକ୍ତ ଘଟଣାରେ ମହିଳାଙ୍କ ସ୍ୱାମୀ ସମେତ ଅନ୍ୟ ୪ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି । ଏହାସହ ହତ୍ୟାକାଣ୍ଡରେ ବ୍ୟବହାର କରାଯାଇଥିବା ବନ୍ଧୁକ ମଧ୍ୟ ଜବତ କରିଛି ପୁଲିସ । ଏଥିରେ ୨ ଜଣ ସମ୍ପୃକ୍ତ ଥିବା ପ୍ରାଥମିକ ତଦନ୍ତରୁୁ ଜଣାପଡିଛି । ଆଉ କିଏ ଏଥିରେ ସମ୍ପୃକ୍ତ ସେନେଇ ତଦନ୍ତ ଜାରି ରଖିଛି ପୁଲିସ ।
ସୂଚନାନୁଯାୟୀ, ବୁଧବାର ଟିକାୟତପାଲି ଥାନା ଝିର୍ଡାପାଲି ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ମୃତ ମହିଳାଙ୍କ ଘର କବାଟ ବାଡେଇଥିଲେ।  ମହିଳା ଜଣକ କବାଟ ଖୋଲିବାରୁ ତାଙ୍କ ବେକରୁ ସୁନା ଚେନ୍ ଏବଂ ମଙ୍ଗଳସୂତ୍ର ଛଡାଇ ନେଇଥିଲେ। କେବଳ ଏତିକି ନୁହେଁ ମହିଳା ଜଣକ ପାଟି କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଗୁଳି କରିଥିଲେ। ପରେ ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ସୁନ୍ଦରଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଜେଲ୍‌ ଗଲେ ସାଉଥ୍‌ସୁପରଷ୍ଟାର ଅଲ୍ଲୁ ଅର୍ଜୁନ

ଏକାଠି ହେବେ ଶନି-ଶୁକ୍ର; ନୂଆବର୍ଷରେ ସୁନାଭଳି ଚମକିବେ ଏହି ରାଶି, ହେବେ ଭାଗ୍ୟଶାଳୀ, ମିଳିବ ଧନ, ହେବ ବିବାହ..

- Advertisement -

ବାନ୍ତି ଦାମ୍‌ କୋଟି କୋଟି ଟଙ୍କା; ଜାଣନ୍ତୁ କାହିଁକି..

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories