www.samajalive.in
Wednesday, December 10, 2025
26.1 C
Bhubaneswar

ବ୍ୟବସାୟୀ ଦମ୍ପତିଙ୍କ ଆତ୍ମହତ୍ୟା, ରାହୁଲଙ୍କୁ ପିଗି ବ୍ୟାଙ୍କ ଉପହାର ଦେଇଥିଲେ ପୁଅ

ସମାଜ ଡିଜିଟାଲ ଡେସ୍କ: ମଧ୍ୟପ୍ରଦେଶ ସିହୋର ଜିଲା ଆସ୍ଥା ଅଞ୍ଚଳର ଜଣେ ବ୍ୟବସାୟୀ ଏବଂ ତାଙ୍କ  ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର ସକାଳୁ ପୁଲିସ ତାଙ୍କ ଘରୁ ଉଭୟଙ୍କ ମୃତଦେହ ଜବତ କରିଛି। ମୃତକ ହେଲେ ମନୋଜ ପରମାର ଏବଂ ତାଙ୍କ ସ୍ତ୍ରୀ ନେହା। ଏହି ଘଟଣାକୁ ନେଇ କଂଗ୍ରେସ ବିଜେପିକୁ ଦାୟୀ କରିଛି। ଆତ୍ମହତ୍ୟା କରିଥିବା ଦମ୍ପତିଙ୍କ ସନ୍ତାନ ରାହୁଲ ଗାନ୍ଧୀଙ୍କୁ ବେଶ୍ ପସନ୍ଦ କରନ୍ତି। ଏହି କାରଣରୁ ପୁରୁଣା ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) ଏବଂ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଦ୍ଵାରା ମନୋଜଙ୍କୁ ମାନସିକ ନିର୍ଯାତନା ଦିଆଯିବା କାରଣରୁ ସେ ସ୍ତ୍ରୀଙ୍କ ସହିତ ଆତ୍ମହତ୍ୟା କରିବା ଭଳି ଚରମ ପଦକ୍ଷେପ ନେଇଥିବା କଂଗ୍ରେସ ଅଭିଯୋଗ କରିଛି।

ଗତ କିଛି ଦିନ ତଳେ ରାହୁଲ ଗାନ୍ଧୀ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆରମ୍ଭ କରିଥିଲେ। ଏହି ସମୟରେ ମନୋଜଙ୍କ ଶିଶୁପୁତ୍ର ରାହୁଲଙ୍କୁ ଭେଟି ଏକ ପିଗି ବ୍ୟାଙ୍କ ଉପହାର ଦେଇଥିଲେ। କେବଳ ଏତିକି ନୁହେଁ, ମନୋଜଙ୍କ ପୁଅ ଛୋଟ ହେଲେ ବି ରାହୁଲଙ୍କୁ ବହୁତ ସମର୍ଥନ କରିଥିଲେ। ସେ ପିଲାମାନଙ୍କଠାରୁ ଅର୍ଥ ସଂଗ୍ରହ କରି ରାହୁଲଙ୍କୁ ପିଗି ବ୍ୟାଙ୍କ ଜରିଆରେ ଉପହାର ଦେଇଥିଲେ। ଏହି କାରଣରୁ ମନୋଜଙ୍କ ପରିବାର ଚର୍ଚ୍ଚାକୁ ଆସିଥିଲା। ସେବେଠାରୁ ବିଜେପି ମନୋଜଙ୍କୁ ଟାର୍ଗେଟ କରିଥିବା କଂଗ୍ରେସ କହିଛି।

- Advertisement -

ଗତ ୫ ତାରିଖରେ ଇନ୍ଦୋର ଏବଂ ସିହୋରରେ ଥିବା ମନୋଜଙ୍କ ୪ଟି ସ୍ଥାନରେ ଇଡି ଚଢ଼ାଉ କରିଥିଲା। ୨୦୧୭ରେ ସିବିଆଇ ଦ୍ଵାରା ରୁଜୁ ଏକ ଟଙ୍କା ଠକେଇ ମାମଲାରେ ଏହି ଚଢ଼ାଉ ହୋଇଥିଲା। ଇଡି ଅଧିକାରୀମାନେ ମନୋଜଙ୍କ ବହୁ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିର କାଗଜପତ୍ର ଜବତ କରିବା ସହିତ ଏକ ବ୍ୟାଙ୍କ ଆକାଉଣ୍ଟ ଅଚଳ କରିଦେଇଥିଲେ। ଏହି ଘଟଣା ପରେ ସେ ଚାପରେ ରହିଥିଲେ। ଯାହାଫଳରେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିବା କୁହାଯାଉଛି। ଇଡି ଦ୍ଵାରା ଯେଉଁ ଚାପ ପ୍ରୟୋଗ କରାଯାଇଛି ତାହା ମନୋଜଙ୍କ ମୃତ୍ୟୁର କାରଣ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଏହି ଘଟଣା ପରେ ସିହୋର ଜିଲା କଂଗ୍ରେସ ସଭାପତି କୈଳାସ ପରମାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ  ଦିଗବିଜୟ ସିଂହ ବିଜେପି ଏବଂ ଇଡିକୁ କଡ଼ା ସମାଲୋଚନା କରିଛନ୍ତି।

Hot this week

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

ଓଡ଼ିଶାରୁ ଚଣ୍ଡିଗଡ ଗଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି

ଭୁବନେଶ୍ୱର: ବାରବାଟୀରେ ମ୍ୟାଚ ଜିତିବା ପରେ ଚଣ୍ଡିଗଡ ଅଭିମୁଖେ ଗଲେ ଭାରତ...

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

Related Articles

Popular Categories