www.samajalive.in
Tuesday, December 9, 2025
17.1 C
Bhubaneswar

ବାନ୍ତି ଦାମ୍‌ କୋଟି କୋଟି ଟଙ୍କା; ଜାଣନ୍ତୁ କାହିଁକି..

ନୂଆଦିଲ୍ଲୀ : ଏଭଳି ଅନେକ ଅପରିଷ୍କାର ଓ ଦୁର୍ଗନ୍ଧ ଜିନିଷ ରହିଛି, ଯାହାର ଦାମ୍‌ ସୁନା ଠାରୁ ମଧ୍ୟ ଅଧିକ । ଏକ ମାଛ ବାନ୍ତିର ଦାମ୍‌ କୋଟି କୋଟି ଟଙ୍କା । ଯାହା ସୁନା,ହୀରା ଠାରୁ ମଧ୍ୟ ଦାମୀ । ମାଛଟି ହେଉଛି ତିମି । ତିମି ମାଛର ବାନ୍ତି ଖୁବ୍‌ ଦାମୀ । ଏହାକୁ ଅମ୍ବରଗ୍ରୀସ୍‌ (ambergris) ମଧ୍ୟ କୁହାଯାଏ । ଏହାକୁ ଅତର ଓ ଔଷଧ ଭାବେ ବ୍ୟବହାର କରାଯାଏ । ଏହା ‘ଫ୍ଲୋଟିଙ୍ଗ୍‌ ଗୋଲ୍ଡ’ ଭାବେ ମଧ୍ୟ ଜଣାଶୁଣା ।
ଜାଣନ୍ତୁ କାହିଁକି ଏହି ମାଛର ବାନ୍ତି ଦାମ୍‌ କୋଟି କୋଟି ଟଙ୍କା । ମାଛର ବାନ୍ତି,ତିମିର ଶରୀରରୁ ବାହାରୁ ଥିବା ଏକ ପ୍ରକାର ପଦାର୍ଥ । ଏହା ତିମିର ଅନ୍ତରେ ତିଆରି ହେଉଥିବା ପଦାର୍ଥ । ଯାହା ହଜମ ନହୋଇ ବାନ୍ତି ରୂପରେ ନିର୍ଗତ ହୋଇଥାଏ । ଏହାର ରଙ୍ଗ କଳା ଠାରୁ ଆରମ୍ଭ କରି ହାଲୁକା ହଳଦିଆ ଓ ଧଳା ମଧ୍ୟ ହୋଇଥାଏ । ଏହା ମହମ ଖଣ୍ଡ ଭଳି ଦେଖାଯାଏ ।
ତିମି ସମୁଦ୍ରରେ ଥିବା ବିଭିନ୍ନ ପ୍ରକାର ଜିନିଷ ଖାଇଥାଏ । ମାତ୍ର ଏହା ହଜମ ନହେଲେ ବାନ୍ତି ରୂପରେ ବାହାରି ଆସିଥାଏ । ଏହା ସମୁଦ୍ର ପୃଷ୍ଠକୁ ଆସିବା ସହ ଶକ୍ତ ହୋଇ ରହେ ।

ଏକାଠି ହେବେ ଶନି-ଶୁକ୍ର; ନୂଆବର୍ଷରେ ସୁନାଭଳି ଚମକିବେ ଏହି ରାଶି, ହେବେ ଭାଗ୍ୟଶାଳୀ, ମିଳିବ ଧନ, ହେବ ବିବାହ..

- Advertisement -

ଏଥିରୁ ଖୁବ୍‌ ଦୁର୍ଗନ୍ଧ ଆସିଥାଏ । ମାତ୍ର ପରଫ୍ୟୁମ୍‌ ତିଆରି କରୁଥିବା ବଡ ବଡ କମ୍ପାନୀ ଏହାକୁ କିଣି ଥାଆନ୍ତି । ଏହାର କାରଣ ହେଉଛି ଫରଫ୍ୟୁମ୍‌ରେ ବାସ୍ନାକୁ ଏହା ଅଧିକ ଦିନ ପର୍ଯ୍ୟନ୍ତ ରଖିପାରିଥାଏ । ଫରଫ୍ୟୁମ୍‌ ଜଗତରେ ଏହାର ଚାହିଦା ସବୁଠାରୁ ଅଧିକ ।
ଏହାର ବ୍ୟବହାର କେବଳ ପରଫ୍ୟୁମ୍‌ ପାଇଁ ନୁହେଁ ବରଂ ବିଭିନ୍ନ ପ୍ରକାର ଔଷଧ ତିଆରି ପାଇଁ ମଧ୍ୟ ବ୍ୟବହାର କରାଯାଏ । ବହୁ ପୁରାତନ କାଳରୁ ହିଁ ଏହା ନିଜର ଔଷଧୀୟ ଗୁଣ ପାଇଁ ପରିଚିତ ।

ଷୋଡଶ ଶତାବ୍ଦୀରେ ବ୍ରିଟେନର ରାଜା ଚାର୍ଲ୍ସ ଦ୍ୱିତୀୟ ଏହାକୁ ଅଣ୍ଡା ସହିତ ଖାଇବାକୁ ପସନ୍ଦ କରିଥିଲେ। ଅଷ୍ଟାଦଶ ଶତାବ୍ଦୀରେ ଏହା ତୁର୍କୀ କଫି ଏବଂ ୟୁରୋପୀୟ ଚକୋଲେଟର ସ୍ୱାଦ ବଢାଇବା ପାଇଁ ବ୍ୟବହୃତ ହୋଇଥିଲା।

ଭାରତରେ ବନ୍ୟଜନ୍ତୁ ସୁରକ୍ଷା ଅଧିନିୟମ ୧୯୭୨ ଅନୁଯାୟୀ, ତିମି ବାନ୍ତିକୁ ରଖିବା କିମ୍ବା ଏହାର ବ୍ୟବସାୟ କରିବା ବେଆଇନ । ଭାରତରେ ତିମି ଓ ଏହାର ଶରୀରର ସମସ୍ତ ଅଂଶ ସଂରକ୍ଷିତ ଶ୍ରେଣୀରେ ଅନ୍ତର୍ଭୁକ୍ତ ।

ଦେଖନ୍ତୁ ଭିଡିଓ; ଏମିତି ଶିକାର କରେ ବାଘ, ଆଖି ପିଛୁଳାକେ..

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories