www.samajalive.in
Friday, December 12, 2025
19.1 C
Bhubaneswar

ଗଞ୍ଜେଇ ଓ ବାଇକ ଜବତ, ଯୁବକ ଗିରଫ

ସମ୍ବଲପୁର: ସମ୍ବଲପୁର ଦେଇ ଚୋରାରେ ଗଞ୍ଜେଇ ଚାଲାଣ କରିବା ସମୟରେ ଅବକାରୀ ବିଭାଗ ଜଣେ ଯୁବକଙ୍କୁ ଧରିଛି। ଅବକାରୀ ବିଭାଗର ସୂଚନାନୁଯାୟୀ, ବିଭାଗର ମୋବାଇଲ ୟୁନିଟ ପକ୍ଷରୁ ପାଟ୍ରୋଲିଂ ସମୟରେ ରାଜ୍ୟ ରାଜପଥ ୧୦ରେ ଭାଲୁପାଲି ଛକ ନିକଟରେ ଏକ ସନ୍ଦିଗ୍ଧ ବାଇକକୁ ଅଟକା ଯାଇଥିଲା। ଚତୁରତାର ସହିତ ବାଇକରେ ଗଞ୍ଜେଇ ଭର୍ତ୍ତି ବସ୍ତା ଉପରେ ଏକ କପଡା ଢ଼ାଙ୍କି ଚାଲାଣ କରାଯାଉଥିଲା। ସମ୍ବଲପୁର ପଟରୁ ଉତ୍ତର ପ୍ରଦେଶ ରାଜ୍ୟକୁ ବାଇକରେ ୨୩ କିଗ୍ରା ଗଞ୍ଜେଇ ଚାଲାଣ କରାଯାଉଥିଲା। ଏଣୁ ଗଞ୍ଜେଇ ଚାଲାଣ ଅଭିଯୋଗରେ ଉତ୍ତର ପ୍ରଦେଶ ରାଜ୍ୟର ପ୍ରୟାଗରାଜ ଜିଲାର ନିବାସୀ ରାଧେଶ୍ୟାମ (୨୦) ଓ ବିଜୟ କୁମାର ଗୁପ୍ତା (୧୯)ଙ୍କୁ ଗିରଫ କରାଯାଇଛି। ଗଞ୍ଜେଇ ଓ ଗାଡିକୁ ଜବତ କରାଯାଇ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ବୋଲି ଅବକାରୀ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories