www.samajalive.in
Monday, December 8, 2025
13.1 C
Bhubaneswar

ସାମ୍‌ ପିଟ୍ରୋଡାଙ୍କ ଲାପଟପ ଓ ମୋବାଇଲ ହ୍ୟାକ, କ୍ରିପ୍ଟୋକରେନ୍ସି ଦାବି କଲେ ହ୍ୟାକର

ସମାଜ ଡିଜିଟାଲ ଡେସ୍କ: ଇଣ୍ଡିଆନ ଓଭରସିଜ କଂଗ୍ରେସ ଅଧ୍ୟକ୍ଷ ସାମ୍‌ ପିଟ୍ରୋଡାଙ୍କ ଲାପଟପ, ମୋବାଇଲ ଫୋନ ଏବଂ ସର୍ଭରକୁ ହ୍ୟାକ କରିନେଇଛନ୍ତି ହ୍ୟାକର। ହ୍ୟାକ୍‌ କରିବା ପରେ ସେମାନେ ପିଟ୍ରୋଡାଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିଦେଇଛନ୍ତି। ଏସବୁରୁ ମୁକ୍ତି ପାଇଁ ସେମାନେ ପିଟ୍ରୋଡାଙ୍କୁ କ୍ରିପ୍ଟୋକରେନ୍ସି ରୂପରେ ପ୍ରଚୁର ଅର୍ଥ ଦାବି କରିଛନ୍ତି। ଟଙ୍କା ନ ଦେଲେ ସେମାନେ ପିଟ୍ରୋଡାଙ୍କ ଫୋନ, ଇମେଲ ବ୍ୟବହାର କରି ତାଙ୍କୁ ବଦନାମ କରିଦେବେ ବୋଲି ଧମକ ଦେଇଛନ୍ତି।

ଘଟଣା ସମ୍ପର୍କରେ ପିଟ୍ରୋଡା ନିଜେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତାଙ୍କ ମୋବାଇଲ ନମ୍ବର କିମ୍ବା ଇ-ମେଲରୁ ତାଙ୍କ ନାମରେ କାହାକୁ କୌଣସି ବାର୍ତ୍ତା କିମ୍ବା ଲିଙ୍କ ଗଲେ ତାହାକୁ ନ ଖୋଲିବାକୁ ସେ ଅନୁରୋଧ କରିଛନ୍ତି। ପିଟ୍ରୋଡାଙ୍କ ସମ୍ପର୍କରେ ଥିବା ବିଶିଷ୍ଟ ବ୍ୟକ୍ତିବିଶେଷମାନଙ୍କୁ ସେ କୌଣସି ଅଜଣା ଲିଙ୍କ ନ ଖୋଲିବାକୁ ପରାମର୍ଶ ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories