www.samajalive.in
Sunday, December 7, 2025
18.1 C
Bhubaneswar

ସହିଦ ଲାନ୍ସ ନାୟକ ବାନୀଙ୍କୁ ମିଳିବ ଅଶୋକଚକ୍ର; ଆତଙ୍କ ଛାଡ଼ି ସେନାରେ ହୋଇଥିଲେ ସାମିଲ

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଛାଡ଼ି ସେନାରେ ଯୋଗ ଦେଇଥିବା ଲାନ୍ସ ନାୟକ ନଜୀର ଅହମ୍ମଦ ବାନୀଙ୍କୁ ମରଣୋତ୍ତର ଅଶୋକଚକ୍ର ସମ୍ମାନରେ ସମ୍ମାନିତ କରାଯିବ। ଏହି ସମ୍ମାନ ଗଣତନ୍ତ୍ର ଦିବସରେ ତାଙ୍କ ପରିବାରବର୍ଗଙ୍କୁ ପ୍ରଦାନ କରାଯିବ। ଗତ ବର୍ଷ ନଭେମ୍ବରରେ ଶୋପିୟାନଠାରେ ଆତଙ୍କବାଦୀଙ୍କ ସହ ଚାଲିଥିବା ଗୁଳି ବିନିମୟରେ ନଜୀର ସହିଦ ହୋଇଯାଇ ଥିଲେ। ଏହି ଅପରେସନରେ ୬ଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ।
କୁଲଗାମରେ ରହୁଥିବା ନଜୀର ବାନୀ ଏକ ସମୟରେ ଆତଙ୍କବାଦୀଙ୍କ ପ୍ରରୋଚନାରେ ସେମାନଙ୍କ ସହିତ ଯୋଗଦେଇ ଥିଲେ। ତେବେ ସେ ଜୀବନର ଚଲାପଥରେ ପରିବର୍ତ୍ତନ ଆଣି ୨୦୦୪ରେ ଟେରିଟୋରିଆଲ ଆର୍ମର୍ିର ୧୬୨ବି ବାଟାଲିୟନରେ ସାମିଲ ହୋଇ ଯାଇଥିଲେ। ପରିବର୍ତ୍ତୀ ସମୟରେ ତାଙ୍କୁ ୩୪ରାଷ୍ଟ୍ରୀୟ ରାଇଫଲକୁ ସ୍ଥାନାନ୍ତର କରାଯାଇ ଥିଲା। ସହିଦ ନଜୀରଙ୍କ ପରିବାରରେ ତାଙ୍କ ପତ୍ନୀ ଓ ୨ ସନ୍ତାନ ରହିଛନ୍ତି। ଆତଙ୍କବାଦୀଙ୍କ ବିରୋଧରେ ଏକାଧିକ ଅପରେସନରେ ନଜୀର ସାମିଲ ଥିଲେ। ୨୦୦୭ ଓ ୨୦୧୮ରେ ତାଙ୍କ ପରାକ୍ରମ ପାଇଁ ତାଙ୍କୁ ସମ୍ମାନିତ କରାଯାଇ ଥିଲା। ସେନାବାହିନୀର ପ୍ରବକ୍ତାଙ୍କ ପକ୍ଷରୁ ନଜୀରଙ୍କୁ ଜଣେ ଆଦର୍ଶ ସେନାର ଉଦାହରଣ ବୋଲି ଦର୍ଶାଯାଇ ଥିଲା।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories