www.samajalive.in
Monday, December 8, 2025
24.1 C
Bhubaneswar

ଆଇଏସ୍‌ଏଲ: ଓଡ଼ିଶା ଏଫ୍‌ସି-ମୁମ୍ବଇ ମ୍ୟାଚ ଗୋଲଶୂନ୍ୟ

କଟକ: ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ) ୨୦୨୪-୨୫ର ଗୁରୁବାର କଳିଙ୍ଗ ଷ୍ଟାଡ଼ିୟମରେ ଓଡ଼ିଶା ଏଫ୍‌ସି ଓ ମୁମ୍ବଇ ସିଟି ଏଫ୍‌ସି ମଧ୍ୟରେ ଖେଳା ଯାଇଥିବା ମ୍ୟାଚ ଗୋଲଶୂନ୍ୟ ଭାବେ ଶେଷ ହୋଇଛି। ମ୍ୟାଚ ଗୋଲଶୂନ୍ୟ ରହିବାରୁ ଦୁଇ ଦଳ ପଏଣ୍ଟ ଭାଗ କରିଛନ୍ତି।

ଶେଷ ଦୁଇ ମ୍ୟାଚରେ ହାଇଦରାବାଦ୍‌ ଏଫ୍‌ସି ଓ ବେଙ୍ଗାଲୁରୁ ଏଫ୍‌ସିକୁ ପରାସ୍ତ କରିଥିବା ଓଡ଼ିଶା ଏଫ୍‌ସି କ୍ରମାଗତ ତୃତୀୟ ବିଜୟ ଲକ୍ଷ୍ୟ ନେଇ ଖେଳିଥିଲା। ଅନ୍ୟପକ୍ଷରେ ମୁମ୍ବଇ ସିଟି ଏଫ୍‌ସି ମଧ୍ୟ ମ୍ୟାଚକୁ କୌଣସି ମତେ ହାତଛଡ଼ା କରିବାକୁ ସୁଯୋଗ ଦେଇନଥିଲା। ମ୍ୟାଚ ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା। ଦ୍ବିତୀୟାର୍ଦ୍ଧରେ ଉଭୟ ଦଳ ଗୋଲ ଦେବା ନେଇ ଆକ୍ରମଣ ଓ ପ୍ରତି ଆକ୍ରମଣ କରିଥିଲେ ମଧ୍ୟ କେହି କାହାରିକୁ ଗୋଲ ଦେଇପାରିନଥିଲେ। ଘରୋଇ ପଡ଼ିଆରେ ଖେଳିଥିବା

- Advertisement -

ଓଡ଼ିଶା ଏଫ୍‌ସି ଗୋଲ ଦେବା ନେଇ ଏକାଧିକ ସୁଯୋଗ ପାଇଥିଲେ ମଧ୍ୟ ହାତଛଡ଼ା କରିଥିଲା। ଓଡ଼ିଶା ଏଫ୍‌ସି ୧୧ଟି ମ୍ୟାଚରୁ ୪ଟି ବିଜୟ, ୩ଟି ପରାଜୟ ଓ ୪ଟି ଡ୍ର ସହ ୧୬ ପଏଣ୍ଟ ପାଇ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି। ଦଳ ପରବର୍ତ୍ତୀ ମ୍ୟାଚ ୧୨ରେ ଇଷ୍ଟବେଙ୍ଗଲ ଏଫ୍‌ସି ସହ କଲକାତାରେ ଖେଳିବ। ଅନ୍ୟପକ୍ଷରେ ମୁମ୍ବଇ ସିଟି ଏଫ୍‌ସି ୧୦ଟି ମ୍ୟାଚରୁ ୩ଟି ବିଜୟ, ୫ଟି ଡ୍ର ଓ ୨ଟି ପରାଜୟ ସହ ୧୪ ପଏଣ୍ଟ ପାଇ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories