www.samajalive.in
Saturday, December 6, 2025
16.1 C
Bhubaneswar

ଅନାସ୍ଥାରେ ହାରିଲେ ଫ୍ରାନ୍ସ ପ୍ରଧାନମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ଫ୍ରାନ୍ସ ପ୍ରଧାନମନ୍ତ୍ରୀ ମାଇକେଲ ବର୍ନିଅର ଅନାସ୍ଥା ଭୋଟରେ ହାରିଯାଇଛନ୍ତି। ଫଳରେ ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ହରାଇବାକୁ ପଡ଼ିବ। ଗୁରୁବାର ଫ୍ରାନ୍ସ ସଂସଦରେ ଅନାସ୍ଥା ଭୋଟ ହୋଇଥିଲା। ଅନାସ୍ଥାରେ ବିଜୟୀ ହେବା ଲାଗି ବର୍ନିଅରଙ୍କୁ ୨୮୮ ଭୋଟ ଆବଶ୍ୟକ ଥିଲା। କିନ୍ତୁ ୩୩୧ ଜଣ ତାଙ୍କ ବିରୋଧରେ ଭୋଟ ଦେବା ସହିତ ଅନାସ୍ଥାକୁ ସମର୍ଥନ କରିଥିଲେ। ଅନାସ୍ଥା ପ୍ରସ୍ତାବ ସପକ୍ଷରେ ବିରୋଧୀ ବାମ ମେଣ୍ଟ ଦଳଗୁଡ଼ିକ ସହିତ ଶାସକ ଦଳର ସଦସ୍ୟମାନେ ବି ଭୋଟ ଦେଇଥିଲେ। ଯାହା ଫଳରେ ବର୍ନିଅରଙ୍କୁ ପଦ ହରାଇବାକୁ ପଡ଼ିଛି। ୩ ମାସ ତଳେ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ପ୍ରଧାନମନ୍ତ୍ରୀ ଭବେ ବର୍ନିଅରଙ୍କୁ ନିଯୁକ୍ତ କରିଥିଲେ।

ସାମ୍ବିଧାନିକ ନିୟମ ଅନୁସାରେ ଆସନ୍ତା ୨୦୨୫ ଜୁଲାଇ ମାସ ପୂର୍ବରୁ ଫ୍ରାନ୍ସରେ ସାଧାରଣ ନିର୍ବାଚନ ହୋଇପାରିବ ନାହିଁ। ତେଣୁ ରାଷ୍ଟ୍ରପତିଙ୍କୁ ଆଉ ଜଣେ ନୂତନ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିବାକୁ ପଡ଼ିବ। ସେ ପର୍ଯ୍ୟନ୍ତ ବର୍ନିଅର କାମଚଳା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇବେ।

- Advertisement -

ସୂଚନାଯୋଗ୍ୟ, ୟୁରୋପୀୟ ସଂଘ ନିର୍ବାଚନରେ ଫ୍ରାନ୍ସର ମାରିଏନ ଲା ପେନ୍‌ଙ୍କ ନ୍ୟାସନାଲ ରାଲି ପାର୍ଟି ବହୁମତ ସହିତ ବିଜୟୀ ହେବା ପରେ ଦେଶରେ ରାଜନୈତିକ ସଙ୍କଟ ଆରମ୍ଭ ହୋଇଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories