www.samajalive.in
Monday, December 8, 2025
13.1 C
Bhubaneswar

ମଙ୍ଗଳବାର ମୋଟେର ଛକ ବନ୍ଦ

ଭବାନୀପାଟଣା: ଇନ୍ଦ୍ରାବତୀର ମେଗା ଲିଫ୍ଟ କେନାଲରେ ଜଳଯୋଗାଣ ବନ୍ଦ ପ୍ରତିବାଦରେ ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ସକାଳେ ମୋଟେର ଛକରେ ରାସ୍ତାରୋକ କରାଯିବ। କୋକସରା କୃଷକ ସଚେତନ ମଞ୍ଚ ଦ୍ବାରା ଆହୂତ ଏହି ବନ୍ଦ ଡାକରା ଫଳରେ ମୋଟେର ଛକ ସକାଳ ୬ଟାରୁ ଅପରାହ୍ନ ୫ଟା ଯାଏଁ ବନ୍ଦ ରହିବ। ଫଳରେ ୨୬ ନମ୍ୱର ଜାତୀୟ ରାଜପଥର ବଲାଙ୍ଗୀରରୁ ବୋରିଗୁମ୍ମା ଏବଂ ଭବାନୀପାଟଣାରୁ ଜୟପାଟଣା, ମୁଖିଗୁଡ଼ା ଯାଏଁ ଯାତାୟତ ବାଧାପ୍ରାପ୍ତ ହେବ। ଉଲ୍ଲେଖଯୋଗ୍ୟ, ଗତବର୍ଷ ତୁଳନାରେ ଚଳିତବର୍ଷ ଇନ୍ଦ୍ରାବତୀ ଜଳଭଣ୍ଡାରରେ କମ୍ ପାଣି ଥିବାରୁ ଚଳିତ ରବି ଋତୁରେ ଇନ୍ଦ୍ରାବତୀ ପ୍ରକଳ୍ପ ମେଗା ଲିଫ୍ଟ କେନାଲରେ ରବି ଚାଷରେ ଜଳଯୋଗାଣ କରା ନ ଯିବାକୁ ବିଭାଗ ଯୋଜନା କରିଛି। ହେଲେ ଏହାର ପ୍ରତିବାଦରେ ଚାଷୀମାନେ ରାସ୍ତାରୋକ କରୁଛନ୍ତି।

Hot this week

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

Related Articles

Popular Categories