www.samajalive.in
Saturday, December 6, 2025
26.1 C
Bhubaneswar

ଆଳୁକୁ ନେଇ ସରକାର-ବ୍ୟବସାୟୀ ସଂଘ ମୁହାଁମୁହିଁ

ସମାଜ ଡିଜିଟାଲ ଡେସ୍କ: ରାଜ୍ୟ ଆଳୁ ସଙ୍କଟକୁ ନେଇ ରାଜ୍ୟ ସରକାର ଏବଂ ବ୍ୟବସାୟୀ ସଂଘ ମୁହାଁମୁହିଁ ହୋଇଛନ୍ତି। ଆଳୁର ଅଭାବ ଯୋଗୁ ଦର ବୃଦ୍ଧି ଘଟୁଥିବାବେଳେ ସରକାର ଉତ୍ତରପ୍ରଦେଶରୁ ୩୦୦ ଆଳୁ ଗାଡ଼ି ମଗାଯାଇଥିବା ରବିବାର କହିଥିଲେ। ସୋମବାର ଆଳୁ ଗାଡ଼ି ଓଡ଼ିଶାରେ ପହଞ୍ଚିବ ବୋଲି ମଧ୍ୟ ସୂଚନା ଦେଇଥିଲେ। ଏହାକୁ ନେଇ ଆପତ୍ତି ଉଠାଇଛି ବ୍ୟବସାୟୀ ସଂଘ। ସଂଘ ପକ୍ଷରୁ କୁହାଯାଇଛି ଯେ, ବ୍ୟବସାୟୀ ସଂଘ ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରୁ ଆଳୁ ମଗାଇଛି। କିଛି ଆଳୁ ଗାଡ଼ି ଉତ୍ତରପ୍ରଦେଶରୁ ଆସି ସୋମବାର ପହଞ୍ଚିଛି। ଉତ୍ତରପ୍ରଦେଶରୁ ଆହୁରି ୭୦ ଆଳୁ ଗାଡ଼ି ଏବଂ ପଶ୍ଚିମବଙ୍ଗରୁ ୩୦ ଗାଡ଼ି ଆସି ଖୁବଶୀଘ୍ର ପହଞ୍ଚିବ। ସରକାର ଯଦି ଆଳୁ ଗାଡ଼ି ମଗାଇଛନ୍ତି, ତାହା କେଉଁଠି ଅଛି ବୋଲି ବ୍ୟବସାୟୀ ସଂଘ ପ୍ରଶ୍ନ କରିଛି। ରାଜ୍ୟରେ ଆଳୁ ସଂକଟ ଦେଖାଦେବାରୁ ବ୍ୟବସାୟୀ ସଂଘ ଉତ୍ତର ପ୍ରଦେଶରୁ ୩୦୦ ଆଳୁ ଗାଡ଼ି ମଗାଇଥିବା ସଂଘର ମହାସଚିବ ସୁଧାକର ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories