www.samajalive.in
Tuesday, December 9, 2025
17.1 C
Bhubaneswar

ଭାରତରେ ସମ୍ବିଧାନ  ଓ ଜାନୁଆରୀ ୨୬

ସମଗ୍ର ଭାରତବର୍ଷରେ ଜାନୁଆରୀ ୨୬ତାରିଖ ଦିନ ସାଧାରଣତନ୍ତ୍ର ଦିବସ ପାଳନ କରାଯାଏ। ଏହି ଦିନ ଭାରତରେ ସମ୍ବିଧାନ  ପ୍ରଣୟନ କରାଯାଇଥିଲା। ଏହି ଦିନଟି ଆମ ଭାରତ ଇତିହାସରେ ସର୍ବଦା ଅବସ୍ମରଣୀୟ ହୋଇ ରହିବ।

ଜାନୁଆରୀ ୨୬ତାରିଖରେ ସମ୍ବିଧାନର ଗୁରୁତ୍ବ :

- Advertisement -

ଜାନୁଆରୀ ୨୬ତାରିଖରେ ସମ୍ବିଧାନ କାର୍ୟ୍ୟକାରୀ କରାଯାଇଥିଲା କାରଣ, ଏହି ଦିନ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ଭାରତକୁ ପୂର୍ଣ୍ଣ ସ୍ବରାଜ ବୋଲି ଘୋଷଣା କରିଥିଲେ। ଜାନୁଆରୀ ୨୬ତାରିଖ ଗଣତନ୍ତ୍ର ଦିବସରେ ଭାରତର ରାଷ୍ଟ୍ରପତିଙ୍କ ଦ୍ବାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଏଥିପାଇଁ ପ୍ରତିବର୍ଷ ଏକ ବିଶାଳ ପ୍ୟାରେଡ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥାଏ। ପ୍ୟାରେଡ ଇଣ୍ଡିଆ ଗେଟ ଠାରୁ ରାଷ୍ଟ୍ରପତି ଭବନ ପର୍ୟ୍ୟନ୍ତ କରାଯାଇଥାଏ। ପ୍ୟାରେଡରେ ଭାରତୀୟ ସେନା, ନୌସେନା, ବାୟୁସେନା ଓ ବିଭିନ୍ନ ସ୍କୁଲ, କଲେଜର ଛାତ୍ରଛାତ୍ରୀମାନେ ଭାଗ ନେଇଥାଆନ୍ତି।

ଏପରି ହୋଇଥାଏ ପ୍ୟାରେଡ :

ପ୍ୟାରେଡର ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ଗେଟ ନିକଟରେ ଥିବା ଅମର ଯବାନଙ୍କ ଜ୍ୟୋତିରେ ପୁଷ୍ପମାଲ୍ୟ ଅର୍ପଣ କରିଥାଆନ୍ତି। ତାହା ପରେ ସହିଦ ସୈନିକଙ୍କ ସ୍ମୃତିରେ ୨ମିନିଟ ନିରବ ପ୍ରାର୍ଥନା କରିଥାଆନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ରାଜପଥରେ ହୋଇଥିବା ମଞ୍ଚ ନିକଟକୁ ଆସି ଥାଆନ୍ତି। ରାଷ୍ଟ୍ରପତି ମୁଖ୍ୟ ଅତିଥିମାନଙ୍କ ସହ ଆସନ୍ତି। ପ୍ୟାରେଡରେ ବିଭିନ୍ନ ରାଜ୍ୟର ପ୍ରଦର୍ଶନୀ କରାଯାଇଥାଏ। ପ୍ରଦର୍ଶନୀରେ ପ୍ରତି ରାଜ୍ୟର ଲୋକମାନଙ୍କ ବିଶେଷତା, ଲୋକଗୀତ ଓ ନୃତ୍ୟ, କଳାର ପ୍ରଦର୍ଶନ କରାଯାଇଥାଏ।

ଆଲେଖ୍ୟ –ପ୍ରଜ୍ଞାସିନୀ ମଲ୍ଲିକ

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories