www.samajalive.in
Monday, December 8, 2025
14.1 C
Bhubaneswar

ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍‌ର ଶୁଭାରମ୍ଭ

ଫୁଲବାଣୀ: ଓଡ଼ିଶାର କାଶ୍ମୀର ନାଁରେ ପରିଚିତ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କନ୍ଧମାଳ ଜିଲାର ଦାରିଙ୍ଗବାଡି ବ୍ଲକରେ ରବିବାର ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଚତୁର୍ଥ ପର୍ଯ୍ୟାୟ ଇକୋ ରିଟ୍ରିଟ୍ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଦାରିଙ୍ଗବାଡି ଇକୋ ରିଟ୍ରିଟ୍ ପରିସରରେ ଏହାର ଉଦ୍‌ଘାଟନୀ ସମାରୋହର ଆୟୋଜନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ମୁଖ୍ୟବକ୍ତା ଭାବେ ସମିତି ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ବାଲିଗୁଡ଼ା ଉପଜିଲାପାଳ ଡା. ରୀନା ପ୍ରଧାନ, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ, କନ୍ଧମାଳ ଉପଜିଲାପାଳ ଚିତ୍ତରଞ୍ଜନ ମହାନ୍ତ, ତହସିଲଦାର ଶରତ ଶବର, ବିଡିଓ ପ୍ରୀତି ରଞ୍ଜନ ରଥ, ଥାନା ଆଇଆଇସି ଆଶୋକ ହାଁସଦା, ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକ, ସମାଜସେବୀ ସନ୍ତୋଷ କୁମାର ସାହୁ, ଜିଲା ପର୍ଯ୍ୟଟନ ଅଧିକାରୀ କୁମୁଦିନୀ ମଲ୍ଲିକ ପ୍ରମୁଖ ମଞ୍ଚାସିନ କରିଥିଲେ। ଶିକ୍ଷକ ପ୍ରଶାନ୍ତ ସାହୁ ସମସ୍ତ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ମଞ୍ଚ ସଂଯୋଜନା କରିଥିଲେ।

ଶୁଭ ଉଦ୍‌ଘାଟନୀ ଅବସରରେ ଦାରିଙ୍ଗବାଡ଼ି ପ୍ରାକୃତିକ ପରିବେଶରେ ପରିବର୍ତ୍ତନ ଦେଖାଦେଇଛି। ଦୁଇ ଦିନ ହେଲା ଭୂରି ପାଣି ସାଙ୍ଗକୁ କୁହୁଡ଼ିର ଆଚ୍ଛାଦନ ମଜାକୁ ଦ୍ବିଗୁଣିତ କରିଛି। ଦେଖିଥିବା ଲୋକେ ପ୍ରକାଶ କରନ୍ତି, କଶ୍ମୀରର ଦୃଶ୍ୟ ପରି ଦେଖାଯାଉଛି। ପାଇନ୍ ଜଙ୍ଗଲ, କୋହଲା ପାଗ, କୁହୁଡ଼ିର ଆସ୍ତରଣ ସତେ ଯେପରି ମେଘ ମାଳାରେ ଭ୍ରମଣ କରିବା ଭଳି ଅନୁଭୂତି ପ୍ରକାଶ କରିଛନ୍ତି ପର୍ଯ୍ୟଟକ। ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରରେ ପ୍ରାଧାନ୍ୟ ଲାଭ କରିଥିବା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ସମସ୍ତ ପର୍ଯ୍ୟଟନ ସ୍ଥଳୀର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି। ପର୍ଯ୍ୟଟନ ସ୍ଥଳୀର ବିକାଶ ହେଲେ ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହେବ। ତେଣୁ ଦାରିଙ୍ଗବାଡି ପର୍ଯ୍ୟଟନ ସ୍ଥଳୀର ସୌନ୍ଦର୍ଯ୍ୟକରଣ କରିବା ପାଇଁ ଓ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ବ୍ଲକ ଓ ଜିଲା ପ୍ରଶାସନର ଉଦ୍ୟମ ଜାରି ରହିଛି।

- Advertisement -

ଚଳିତ ବର୍ଷ ଆୟୋଜିତ ଇକୋ ରିଟ୍ରିଟ୍‌ରେ ପର୍ଯ୍ୟଟକମାନଙ୍କ ରହିବା ପାଇଁ ୨୫ଗୋଟି ବିଳାସପୂର୍ଣ୍ଣ ତମ୍ବୁର ଆୟୋଜନ କରାଯାଇଛି। ସେଥି ମଧ୍ୟରୁ ୨୦ଟି ପ୍ରିମିୟମ କଟେଜ୍ ରହିଥିବା ବେଳେ ୫ଟି ଡିଲକ୍ସ କଟେଜର ବ୍ୟବସ୍ଥା ରହିଛି। ଏହାସହ ପର୍ଯ୍ୟଟକଙ୍କ ପାଇଁ ଖାଦ୍ୟପେୟ, ଭ୍ରମଣ, ଟେବୁଲ୍ ଟେନିସ ଆଦି ବିଭିନ୍ନ ମନୋରଞ୍ଜନର ବ୍ୟବସ୍ଥା ମଧ୍ୟ ଉପଲବ୍ଧ ରହିଛି। ଚଳିତ ବର୍ଷ ଦରଦାମ୍‌ରେ ପରିବର୍ତ୍ତନ କରଯାଇଛି। ପ୍ରିମିୟମ କଟେଜ୍ ପାଇଁ ୪୫୦୦ଟଙ୍କା ଓ ଡିଲକ୍ସ କଟେଜ ପାଇଁ ୫୫୦୦ ଏବଂ ଅତିରିକ୍ତ ଗେଷ୍ଟ ଚାର୍ଜ ୧୦୦୦ଟଙ୍କା ମୂଲ୍ୟ ଧାର୍ଯ୍ୟ କରାଯାଇଛି। ବିଡିଓ ଶ୍ରୀ ରଥ ଆଗନ୍ତୁକ ଅତିଥିମାନଙ୍କୁ ସ୍ବାଗତ କରିବା ସହ ଅଞ୍ଚଳବାସୀଙ୍କ ସହଯୋଗ କାମନା କରିଛନ୍ତି। ପର୍ଯ୍ୟଟକମାନେ ଆସିବାଠାରୁ ପର୍ଯ୍ୟଟନ ସ୍ଥଳ ପରିଦର୍ଶନ, ରାତ୍ରୀ ଯାପନ ଓ ସେମାନଙ୍କ ରହଣୀ କାଳ ମଧ୍ୟରେ ଯେପରି କୌଣସି ବିଶୃଙ୍ଖଳା ନ ହୁଏ ସେଥିପାଇଁ ପୁଲିସ ପ୍ରଶାସନ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି। ସମସ୍ତ ପର୍ଯ୍ୟଟକମାନେ ଆସନ୍ତୁ, ରୁହନ୍ତୁ ଓ ଦାରିଙ୍ଗବାଡିର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପୋଭୋଗ କରନ୍ତୁ ବୋଲି ବିଡିଓ ସମସ୍ତଙ୍କୁ ଆହ୍ବାନ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories