www.samajalive.in
Friday, December 12, 2025
19.1 C
Bhubaneswar

ରାଜ୍ୟଗୋଷ୍ଠୀ କରାଟେ: ଓଡ଼ିଶାକୁ ୪ ସ୍ୱର୍ଣ୍ଣ ସହ ୧୧ ପଦକ

କଟକ: ଦକ୍ଷିଣ ଆଫ୍ରିକାର ଡର୍ବାନରେ ଚାଲିଥିବା ୧୧ତମ ରାଜ୍ୟଗୋଷ୍ଟୀ କରାଟେ ଚମ୍ପିଆନସିପରେ ଓଡ଼ିଶା କରାଟେକାମାନେ ୪ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ ଓ ୫ଟି କାଂସ୍ୟ ସହ ମୋଟ୍‌ ୧୧ଟି ପଦକ ଜିତିଛନ୍ତି। ସୁରୋମିତା ସିହ୍ନା ବ୍ୟକ୍ତିଗତ କାଟା ଓ ଦଳଗତ କାଟାରେ ଦୁଇଟି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୨୧ ବର୍ଷରୁ କମ୍‌ ବାଳକ କୁମିତେରେ ଶୁଭକାନ୍ତ ବିଶ୍ବାଳ ସ୍ବର୍ଣ୍ଣ, ସିନିୟର ମହିଳା ଦଳଗତ କାଟାରେ ଭାଲିନା ଭାଲେଣ୍ଟିନା, ସୁରୋମିତ ସିହ୍ନା, ସୁପ୍ରିୟ​‌ା ମହାନ୍ତି ସ୍ବର୍ଣ୍ଣ, ୨୧ ବର୍ଷରୁ କମ୍‌ ବାଳିକା ବ୍ୟକ୍ତିଗତ କାଟାରେ ସୁରୋମିତା ସିହ୍ନା ଓ କ୍ୟାଡେଟ୍‌ ମହିଳା ବ୍ୟକ୍ତିଗତ କାଟାରେ ଆଲିଶା ସୁବୁଦ୍ଧି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଜୁନିୟର ପୁୁରୁଷ ଦଳଗତ କାଟାରେ ସୂର୍ଯ୍ୟପ୍ରକାଶ ଘଡେଇ ଓ ଆର୍ଯ୍ୟବ୍ରତ ବିଶ୍ବାଳ, ଜୁନିୟର ମହିଳା ଦଳଗତ କାଟାରେ ପ୍ରିୟଦର୍ଶିନୀ ସାହୁ, ସୁପ୍ରିୟା ମହାନ୍ତି, ଆମିଶି ଝା ଓ ତମନ୍ନା ମେହେର ରୌପ୍ୟ ପଦକ ଜିତିଛନ୍ତି। ସିନିୟର ପୁରୁଷ କୁମିତେରେ ଋତେଶ ରୟ, ସିନିୟର ମହିଳା କୁମିତେରେ ଲୋମା ସ୍ବାଇଁ, ବ୍ୟକ୍ତିଗତ ସିନିୟର ମହିଳା କାଟାରେ ଭାଲେନା ଭାଲେଣ୍ଟିନା, କ୍ୟାଡେ୍‌ଟ୍‌ ବାଳକ ବ୍ୟକ୍ତିଗତ କାଟାରେ ପୁନିତ କୁମାର ମହନ୍ତ ଓ ୨୧ ବର୍ଷରୁ କମ୍‌ ବ୍ୟକ୍ତିଗତ ପୁରୁଷ କାଟାରେ ବେଦାନ୍ତ ଦାସ କାଂସ୍ୟ ପଦକ ଜିତିଛନ୍ତି। ପ୍ରତିଯୋଗିତାରେ ଓଡ଼ିଶାରୁ ୧୬ଜଣ କରାଟେକା ଅଂଶଗ୍ରହଣ କରିଛନ୍ତି। ପଦକ ବିଜେତା ଖେଳାଳିମାନଙ୍କୁ ରାଜ୍ୟ କରାଟେ ସଂଘ ତରଫରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories