www.samajalive.in
Wednesday, December 10, 2025
18.1 C
Bhubaneswar

ନୌସେନା ଦିବସ ପାଇଁ ଗଜପତି ମହାରାଜଙ୍କୁ ନିମନ୍ତ୍ରଣ, ସାମିଲ ହେବେ ରାଷ୍ଟ୍ରପତି

ପୁରୀ: ଦୁଇ ଦିନ ପରେ ପୁରୀରେ ପାଳିତ ହେବ ନୌସେନା ଦିବସ। ଏଥିରେ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପୁରୀ ବେଳାଭୂମି ଏବେ ଯୁଦ୍ଧଭୂମି ପାଲଟିଲା ଭଳି ଲାଗୁଛି। ଯୁଦ୍ଧପୋତର ଗର୍ଜନ ଶୁଭିବା ସହ କଳାକୌଶଳ ଦେଖାଉଛି ହେଲିକପ୍ଟର। ପୁରୀ ବ୍ଲୁ ଫ୍ଲାଗ୍ ବିଚରେ ନାଭି ଡେ ପାଳନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି। ବାହ୍ୟ ଶତ୍ରୁ ଆକ୍ରମଣର ମୁକାବିଲା କରିବା କରିବାକୁ ଭାରତୀୟ ନୌସେନା କେତେ ସଜାଗ ରହିଛି , ସେ ନେଇ ଦୁଃସାହସିକ କଳାକୌଶଳ ପ୍ରଦର୍ଶିତ ହେବ। ଆସନ୍ତା ଡିସେମ୍ବର ୪ ତାରିଖରେ ନୌସେନା ଦିବସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏ ସମସ୍ତ କାର୍ଯ୍ୟକ୍ରମ ଦେଖିବେ। ଏଥିପାଇଁ ମ୍ୟୁଜିକାଲ ବ୍ୟାଣ୍ଡ କନସର୍ଟ ଅଭ୍ୟାସ କରୁଛନ୍ତି। ସେପଟେ ୧୯୭୧ ମସିହା ପାକିସ୍ତାନ ଉପରେ ଭାରତର ବିଜୟଗାଥା ବହନ କରିଥିବା ସ୍ମୃତିକୁ ନେଇ ପ୍ରତିବର୍ଷ ନୌସେନା ଦିବସ ପାଳନ କରାଯାଉଛି। ଅନ୍ୟପଟେ ନୌସେନା ଦିବସ ପାଇଁ ଗଜପତି ମହାରାଜଙ୍କୁ ନିମନ୍ତ୍ରଣ କରାଯାଇଛି । ଗଜପତିଙ୍କୁ ଭେଟି ୪ ତାରିଖ ପାଇଁ ନିମନ୍ତ୍ରଣ ଦେଇଛନ୍ତି ନୌସେନାର ବରିଷ୍ଠ ଅଧିକାରୀ ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories