www.samajalive.in
Thursday, December 11, 2025
23.1 C
Bhubaneswar

ଆରଏସଏସ ପକ୍ଷରୁ ଡାକ୍ତରଖାନା ସଫେଇ

ସମ୍ବଲପୁର: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ତରଫରୁ ନଭେମ୍ବର ୨୫ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ କରାଯାଉଛି। ଏହି କ୍ରମରେ ସେବା ସପ୍ତାହର ଷଷ୍ଠ ଦିବସ ଅବସରରେ ସ୍ଥାନୀୟ ଜିଲା ମୁଖ୍ୟ ଚିକିତ୍ସାଳୟ ସଫେଇ କରାଯାଇଛି। ବର୍ଷା ସତ୍ୱେ ସକାଳ ୬ଟା ୩୦ ରୁ ୮ଟା ୩୦ ପର୍ଯ୍ୟନ୍ତ ସ୍ୱଚ୍ଛତା ଜାଗରଣ ସହିତ ସଫେଇ କରାଯାଇଥିଲା। ଆରଏସଏସ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାନଗର କାର୍ଯ୍ୟବାହ ରାମ ଭାଇ, ସହ କାର୍ଯ୍ୟବାହ ଜ୍ୟୋତି ରଞ୍ଜନ ପ୍ରଧାନ, ସେବା ପ୍ରମୁଖ ଅକ୍ଷୟ ଭୋଜରାଜ ଙ୍କ ନେତୃତ୍ୱରେ ବିଶ୍ୱ ରଞ୍ଜନ ଜେନା, ହରି ହରିପାଲ, ଆକାଶ ପାଢ଼ୀ, ସାନ ଛତ୍ରିଆ, ଧୀରେନ ପ୍ରଧାନ, ଆଦିତ୍ୟ ମିଶ୍ର, ରୁଦ୍ର କର୍ଣ୍ଣ ଙ୍କ ସମେତ ସ୍ୱୟଂ ସେବକ ମାନେ ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ୱାର୍ଡ, ରକ୍ତ ଭଣ୍ଡାର, ଡାକ୍ତରଖାନା ପରିସର ଆଦି ସଫେଇ କରାଯାଇଥିଲା।

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories