www.samajalive.in
Monday, December 8, 2025
27.1 C
Bhubaneswar

ଅପାର ଆଇଡି ପ୍ରସ୍ତୁତି ପାଇଁ ବୈଠକ

ପିପିଲି: ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା)ଙ୍କ ନିର୍ଦ୍ଦେଶକ୍ରମେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପିତା, ମାତା ଓ ଆଇନଗତ ଅଭିଭାବକମାନଙ୍କୁ ନେଇ ଗୋବିନ୍ଦପୁର କ୍ଲଷ୍ଟର ଅନ୍ତର୍ଗତ ଗୋବିନ୍ଦପୁର ନୋଡାଲ ୟୁପି ସ୍କୁଲ, ହରିଅନ୍ତା ପ୍ରକଳ୍ପ ୟୁପି ସ୍କୁଲ, ଆରୁହା ୟୁଜିୟୁପି ସ୍କୁଲ ସମେତ ସମସ୍ତ ବିଦ୍ୟାଳୟ ପରିସରରେ ସିଆର୍‌‌ସିସି ଚିନ୍ତାମଣୀ ଓଝାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶନିବାର ପୂର୍ବାହ୍ନରେ ସ୍ୱତନ୍ତ୍ର ବୈଠକମାନ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଛାତ୍ରଛାତ୍ରୀମାନଙ୍କର ଅପାର (ଅଟୋମେଟେଡ୍‌‌ ପରମାନେଣ୍ଟ ଏକାଡେମିକ ଆକାଉଣ୍ଟ ରେଜିଷ୍ଟ୍ରୀ) ଆଇଡି ସୃଷ୍ଟି କରିବା ନିମନ୍ତେ ପିତା, ମାତା ତଥା ଆଇନଗତ ଅଭିଭାବକଙ୍କ ଠାରୁ ଭାରତ ସରକାରଙ୍କ ଦ୍ୱାରା ନିର୍ଦ୍ଦେଶିତ ନିୟମ ଅନୁଯାୟୀ ସମ୍ମତିପତ୍ରକୁ ଦସ୍ତଖତ କରାଇ ସଂଗ୍ରହ କରାଯାଇଥିଲା। ଅପାର ଆଇଡି ସୃଷ୍ଟି କରିବାର ମହତ୍ତ୍ୱ ଉଦ୍ଦେଶ୍ୟ ସଂପର୍କରେ ବୈଠକରେ ସୂଚନା ପ୍ରଦାନ କରାଯାଇଥିଲା। ଏହି ଅପାର ଆଇଡି ଦ୍ୱାରା ଛାତ୍ରଛାତ୍ରୀଙ୍କ ଡ୍ରପ୍‌‌ ଆଉଟ୍‌‌ କମାଇବାରେ, ଅଧାରୁ ପାଠ ଛାଡୁଥିବା ପିଲାଙ୍କୁ ଟ୍ରାକିଂ କରିବାରେ, ଗୋଟିଏ ବିଦ୍ୟାଳୟରୁ ଅନ୍ୟ ବିଦ୍ୟାଳୟକୁ ସ୍ଥାନାନ୍ତର ହେବା ବେଳେ, ବିଭିନ୍ନ ଶୈକ୍ଷିକ କାର୍ଯ୍ୟକ୍ରମ, ଛାତ୍ରବୃତ୍ତି, ଶୈକ୍ଷିକ ନଥିପତ୍ରର ବ୍ୟବହାରରେ ସାହାଯ୍ୟ କରିପାରିବ।

Hot this week

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

Related Articles

Popular Categories