www.samajalive.in
Monday, December 8, 2025
27.1 C
Bhubaneswar

ଯୋଗ ଶିବିର ସେସନ୍‌ରୁ ଆରମ୍ଭ ହେଲା ଡିଜି-ଆଇଜି ସମ୍ମିଳନୀ: ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ଵର: ଭୁବନେଶ୍ଵରରେ ଚାଲିଛି ଡିଜିପି ଓ ଆଇଜି ସମ୍ମିଳନୀ । ଲୋକସେବା ଭବନରେ ଚାଲିଥିବା ଡିଜିପି ସମ୍ମିଳନୀର ଦ୍ଵିତୀୟ ଦିନରେ ଆଜି ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ମଧ୍ୟ ଉପସ୍ଥିତ ରହିବେ। ସକାଳୁ ଯୋଗ ଶିବିର ସେସନ୍ ରୁ ଆରମ୍ଭ ହୋଇଥିବା ଏହି ଡିଜିପି ସମ୍ମିଳନୀ ଆଜି ଦିନ ତମାମ ଚାଲିବ। ସମ୍ମିଳନୀରେ ରହିଛି ବିଜେନେସ୍ ସେସନ୍ , ବ୍ରେକଆଉଟ୍ ସେସନ୍ , ଥିମାଟିକ୍ ଡାଇନିଂ ଟେବୁଲ୍ ସେସନ୍ ର ନୂଆ ବ୍ୟବସ୍ଥା। ଯେଉଁଥିରେ ଖାଇବା ଟେବୁଲରେ ମଧ୍ୟ ଭିନ୍ନ ଭିନ୍ନ ବିଷୟଭିତ୍ତିକ ଆଲୋଚନା ହୋଇପାରିବ। ଯାହାଦ୍ଵାରା ଆଭ୍ୟନ୍ତରୀଣ ସୁରକ୍ଷା,  ଜରୁରୀକାଳୀନ ସ୍ଥିତିରେ ଆଇନ ଶୃଙ୍ଖଳା ବଜାୟ ରଖିବା ଭଳି ସ୍ଥିତି ନେଇ ବରିଷ୍ଠ ପୁଲିସ୍ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ ଆଗରେ ନିଜର ବହୁମୂଲ୍ୟ ମତ ରଖିବାର ସୁଯୋଗ ପାଇବେ। ଆତଙ୍କବାଦ ଓ ବାମପନ୍ଥୀ ଉଗ୍ରବାଦର ମୁକାବିଲା ସହ ସାଇବର ସୁରକ୍ଷା ,ବେଆଇନ୍ ଅନୁପ୍ରବେଶ ଓ ଶରଣାର୍ଥୀ ସମସ୍ୟାର ସମାଧାନ , ନିଶା କାରବାର ରୋକିବା , ମହିଳା ଅପରାଧ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା ପରିଚାଳନା , ନୂଆ ଅପରାଧ ଆଇନର କାର୍ଯ୍ୟକାରିତା ଭଳି ବିଷୟକୁ ନେଇ ମାନସମନ୍ଥନ ଚାଲିବ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories