www.samajalive.in
Wednesday, December 10, 2025
26.1 C
Bhubaneswar

ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳ ସଙ୍କଟ, ହେଉନାହିଁ ସ୍ଥାୟୀ ସମାଧାନ

କଲମପୁର/ମୁଖିଗୁଡା: ଉପର ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପ ୬୦୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରି ରାଜ୍ୟର ବିଦ୍ୟୁତ ଆବଶ୍ୟକତାକୁ ପୂରଣ କରିବା ସହ ଜିଲ୍ଲାର ୧ ଲକ୍ଷରୁ ଊର୍ଦ୍ଧ୍ବ ଚାଷ ଜମିରେ ଜଳ ସେଚନ କରି କଳାହାଣ୍ଡିର ଜୀବନରେଖା ପାଲଟିଛି। କିନ୍ତୁ ବର୍ଷା ଅଭାବ କାରଣରୁ ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ଲଗାତର ଭାବେ ଜଳସ୍ତର କମିବାରେ ଲାଗିଛି। କିନ୍ତୁ ଏହାର କୌଣସି ସ୍ଥାୟୀ ସମାଧାନ ନକରି କେବଳ ଜଳ ଭଣ୍ଡାରର ପଙ୍କ ଉଦ୍ଧାର କାର୍ଯ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଉପର ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପର ଅଧିକାରୀ, ଯାହାର ସିଧାସଳଖ ପ୍ରଭାବ ଚାଷୀମାନଙ୍କ ଉପରେ ପଡ଼ିଛି।

ଆସନ୍ତା ରବି ଚାଷ ପାଇଁ ଇନ୍ଦ୍ରାବତୀ ଜଳ ସେଚନ ପ୍ରକଳ୍ପର ସୀମିତ ଅଞ୍ଚଳରେ ଜଳ ଯୋଗାଣ ନେଇ ନୋଟିସ ଜାରି କରାଯାଇଛି। ଯାହାକୁ ନେଇ ଅନେକ ଚାଷୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ବର୍ତ୍ତମାନ ମଧ୍ୟ କେତେ ଅଞ୍ଚଳକୁ ପାଣି ଯୋଗାଣ ହେବ କୌଣସି ସମାଧାନର ବାଟ ଫିଟିନାହିଁ। ଏନେଇ ପ୍ରଶାସନ ଓ ଜଳ ସେଚନ ବିଭାଗର ତୁହାକୁ ତୁହା ବୈଠକ ହେବାପରେ ମଧ୍ୟ ଏଯାଏଁ କୌଣସି ନିଷ୍କର୍ସରେ ପହଞ୍ଚି ପାରିନାହିଁ ଜଳ ସେଚନ ବିଭାଗ। କିନ୍ତୁ ବର୍ତ୍ତମାନ ବିଦ୍ୟୁତ ଉତ୍ପାଦନରେ ବ୍ୟବହାର ହେଉଥିବା ପାଣି ସିଧା ହାତୀ ନଦୀକୁ ଛଡ଼ା ହେଉଛି। ଯାହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଆହୁରି ଅସନ୍ତୋଷ ଦେଖାଦେବା ସହ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଓ ଜଳ ସେଚନ ପ୍ରକଳ୍ପ ଅଧିକାରୀମାନଙ୍କ ମଧ୍ୟରେ ସମନ୍ୱୟ ଅଭାବ ରହିଛି ବୋଲି ଅଭିଯୋଗ ହୋଇଛି।

- Advertisement -

ଗତ କିଛି ବର୍ଷ ହେବ ଲଗାତାର ଭାବେ ଇନ୍ଦ୍ରାବତୀ ଜଳ ଭଣ୍ଡାରର ଜଳସ୍ତର କମିବାରେ ଲାଗିଛି। ଜଳ ଭଣ୍ଡାରର ଜଳ ଧାରଣ କ୍ଷମତା ୬୪୨ ମିଟର ଓ ସର୍ବନିମ୍ନ ଜଳସ୍ତର ୬୨୫ ମିଟର ଥିବା ବର୍ତ୍ତମାନ ୬୩୪.୫୦ ମିଟର ଜଳ ରହିଛି, ଯାହା ପୂର୍ବ ବର୍ଷ ୬୩୬.୧୪ମିଟର ରହିଥିଲା। ପୂର୍ବ ବର୍ଷ ତୁଳନାରେ ୧.୬୪ ମିଟର କମ ଜଳସ୍ତରକୁ ନେଇ ୪୭, ୫୭୪ ହେକ୍ଟର ଜଳ ଯୋଗାଣ ହେବ ବୋଲି ନିଷ୍ପତ୍ତି ନେଇଥିବାବେଳେ ଉଠା ଜଳସେଚନରେ ଜଳ ଯୋଗାଣ ବନ୍ଦ ରହିବ ବୋଲି ନୋଟିସ ଜାରି ହୋଇଛି। ଯଦି ସବୁ ଅଞ୍ଚଳରେ ଜଳ ଯୋଗାଣ ହୁଏ ତେବେ ସର୍ବନିମ୍ନ ଜଳସ୍ତର ୬୨୫ ମିଟରରୁ ଏହା ୬୨୭ ମିଟରରେ ପହଞ୍ଚବାପରେ ଜଳ ସେଚନ ବିଦ୍ୟୁତ ଉତ୍ପାଦନ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି। ଏ ସମ୍ପର୍କରେ ଜଳ ସେଚନ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଜଗନ୍ନାଥ ପାଣିଙ୍କୁ ପଚାରିବାରୁ ଆମ ପାଖରେ ପାଣି ସଂରକ୍ଷଣ କରିବା ପାଇଁ ସାଧନ ନାହିଁ, ତେଣୁ କ’ଣ କରିବୁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଓଏଚପିସି ସିନିୟର ଜିଏମ ଆମେ ଏସଏଲଡିସି ନିର୍ଦ୍ଦେଶ ଅନୁଯାୟୀ ବିଦ୍ୟୁତ ଉତ୍ପାଦନ କରୁଛୁ, ତେଣୁ ବ୍ୟବହାର ପାଣିକୁ ଜଳ ସେଚନ ବନ୍ଦ ଥିବା ଯୋଗୁଁଁ ହାତୀ ନଦୀରେ ଛାଡ଼ିଦେଉଛୁ ବୋଲି କହିଛନ୍ତି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories