www.samajalive.in
Sunday, December 7, 2025
26.1 C
Bhubaneswar

ବିଏସଏନଏଲ୍‌,ଜିଓ, ଏୟାରଟେଲ୍‌.. ୨୦୨୫ ଆରମ୍ଭ କରିବେ କେଉଁ ରିଚାର୍ଜ ପ୍ଲାନ୍‌ରେ, କମ୍‌ ଦାମ୍‌ରେ ଖାଲି ଲାଭ ହିଁ ଲାଭ..

ନୂଆଦିଲ୍ଲୀ : ବଜାରରେ ଅନେକ ଟେଲିକମ୍‌ କମ୍ପାନୀ ଥିବା ବେଳେ ସେମାନଙ୍କର ଅନେକ ଆକର୍ଷଣୀୟ ରିଚାର୍ଜ ପ୍ଲାନ୍‌ ମଧ୍ୟ ରହିଛି । କିଛି ଟେଲିକମ୍‌ କମ୍ପାନୀ ନୂଆ ପ୍ଲାନ୍‌ ଲଞ୍ଚ କରିଛନ୍ତି । ଏଥିରେ ଅନେକ ଆକର୍ଷଣୀୟ ଅଫର୍‌ ସହ ରିହାତି ମଧ୍ୟ ରହିଛି । ତେବେ ଜାଣନ୍ତୁ ଜିଓ, ଏୟାରଟେଲ୍‌, ଭୋଡାଫୋନ୍‌-ଆଇଡିଆ, ବିଏସଏନଏଲ୍‌ ପ୍ଲାନ୍‌ ମଧ୍ୟରୁ କେଉଁଟି ଆପଣଙ୍କ ପାଇଁ ଲାଭଦାୟକ..

ବିଏସ୍‌ଏନ୍‌ଏଲ୍‌ ଏକ ନୂଆ ପ୍ଲାନ୍‌ ସାମ୍ନାକୁ ଆଣିଛି । ଏହାର ଦାମ୍‌ ୧୯୯ ଟଙ୍କା । ଏହି ପ୍ଲାନ୍‌ରେ ଆପଣଙ୍କୁ ୩୦ ଦିନ ପର୍ଯ୍ୟନ୍ତ ଡାଟା ମିଳିବ । ଏଥିରେ ପ୍ରାୟ ୬୦ ଜିବି ଡାଟା ମିଳିବ । ଏହାସହ ଅମୀତ କଲିଙ୍ଗ୍‌ ଓ ୧୦୦ ଏସଏମଏସ୍‌ ମଧ୍ୟ ମିଳିବ ।
ଏୟାରଟେଲ୍‌ – ଏୟାରଟେଲ୍‌ର ପ୍ଲାନ୍‌ ୨୯୯ ଟଙ୍କା । ଏହା ୨୮ ଦିନ ପର୍ଯ୍ୟନ୍ତ ସେବା ମିଳିବ । ଏଥିରେ ୨୮ ଜିବି ଡାଟା ମିଳିବ । ଅସୀମିତ କଲ୍‌ ସହ ୧୦୦ ଏସଏମଏସ୍‌ ମଧ୍ୟ ମିଳିବ ।

- Advertisement -

ଭୋଡାଫୋନ୍‌-ଆଇଡିଆର ୨୯୯ ଟଙ୍କାର ପ୍ଲାନ୍‌ରେ ୨୮ ଦିନ ପର୍ଯ୍ୟନ୍ତ ସେବା ମିଳିବ । ନିୟମିତ ୧ ଜିବି ଡାଟା ମିଳିବ । ମାସଯାକ ୨୮ ଜିବି ଡାଟା ମିଳିବ । ଅସୀମିତ କଲ୍‌ ସହ ୧୦୦ ଏସଏମଏସ୍‌ ମଧ୍ୟ ମିଳିବ ।

ନୂଆବର୍ଷ ୨୦୨୫ ଆରମ୍ଭରେ ଗଜଲକ୍ଷ୍ମୀ ରାଜଯୋଗ; ମା’ଲକ୍ଷ୍ମୀ କରିବେ ଏହି ରାଶିଙ୍କୁ ଭାଗ୍ୟଶାଳୀ, ହେବେ ମାଲାମାଲ୍‌..

ଜିଓ ୨୯୯ର ଏକ ନୂଆ ପ୍ଲାନ୍‌ ଲଞ୍ଚ କରିଛି । ଏହା ୨୮ ଦିନ ପର୍ଯ୍ୟନ୍ତ ସେବା ମିଳିବ । ଏହି ପ୍ଲାନ୍‌ରେ ଦୈନିକ ଆପଣଙ୍କୁ ୧.୫ ଜିବି ଡାଟା ମିଳିବ । ମାସରେ ୪୨ ଜିବି ଡାଟା ମିଳିବ । ଅସୀମିତ କଲ୍‌ ସହ ୧୦୦ ଏସଏମଏସ୍‌ ମଧ୍ୟ ମିଳିବ ।

ସେହିପରି ଯଦି ବିଏସ୍‌ଏନ୍‌ଏଲ୍‌ର ୫୯୫ର ପ୍ଲାନ୍‌କୁ ଚୟନ କରୁଛନ୍ତି, ଏଥିରେ ଆପଣଙ୍କୁ ୮୪ ଦିନ ପର୍ଯ୍ୟନ୍ତ ୨୫୨ ଜିବି ଡାଟା ମିଳିବ । ଅର୍ଥାତ୍‌ ୩ ମାସ ପର୍ଯ୍ୟନ୍ତ ଡାଟା ପାଇଁ କିଛି ଚିନ୍ତା ରହିବ ନାହିଁ ।

ଏୟାରଟେଲ୍‌ର ୮୫୯ ପ୍ଲାନ୍‌ରେ ୮୪ ଦିନ ପର୍ଯ୍ୟନ୍ତ ସେବା ମିଳିବାକୁ ଥିବା ବେଳେ ଏଥିରେ ୧୨୬ ଜିବି ଡାଟା ମିଳିବ । ୩ ମାସ ପାଇଁ ।

ଜିଓର ୮୮୯ ପ୍ଲାନ୍‌ରେ ୮୪ ଦିନ ପର୍ଯ୍ୟନ୍ତ ସେବା ମିଳିବାକୁ ଥିବା ବେଳେ ଏଥିରେ ୧୨୬ ଜିବି ଡାଟା ମିଳିବ ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories