ରାଉରକେଲା : ହରିୟାଣାର ରୋହତକ ରାଜୀବ ଗାନ୍ଧୀ ଷ୍ଟାଡିୟମ୍ ପରିସରରେ ୧୭ ବର୍ଷରୁ କମ ବାଳକ ହକି ବର୍ଗରେ ବାଜି ମାରିଛି ଓଡ଼ିଶା ଦଳ। ବୁଧବାର ଓଡ଼ିଶା ଏବଂ ହରିୟାଣା ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିବାବେଳେ ଓଡ଼ିଶା ବାଳକ ହକି ଦଳ ଏଥିରେ ଚମ୍ପିଆନ୍ ହୋଇଛି। ଓଡ଼ିଶା ବାଳକ ହକି ଦଳ ହରିୟାଣା ଦଳକୁ ୩-୧ ଗୋଲରେ ପରାସ୍ତ କରି ଚମ୍ପିଆନ ହେବା ସହିତ ସ୍ୱର୍ଣ୍ଣ ପଦକ ହାସଲ କରିଛି। ଅଜୟ କୁମାର ରାଉତ, ବଂଶୀଧର ମାହାତୋ ଏବଂ ନିରଞ୍ଜନ ମଲ୍ଲିକଙ୍କ ତତ୍ୱାବଧାନରେ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରି ଓଡ଼ିଶାର ଗୌରବ ରଖିଛନ୍ତି।



