www.samajalive.in
Thursday, December 11, 2025
18.1 C
Bhubaneswar

ପ୍ଲାଷ୍ଟିକ ବର୍ଜନ ପଥପ୍ରାନ୍ତ ନାଟକରେ ସଚେତନତା ବାର୍ତ୍ତା 

ଗୋପାଳପୁର : ଗୋପାଳପୁର କଲେଜ ଏନସିସି ପକ୍ଷରୁ ସ୍ଥାନୀୟ ବେଳାଭୂମି ଠାରେ ପ୍ଲାଷ୍ଟିକ ବର୍ଜନ କରିବା ନିମନ୍ତେ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରି ଲୋକଙ୍କୁ ସଚେତନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋପାଳପୁର ଏନଏସି ଅଧକ୍ଷ ଏ. ଜାନକୀ ରାମ ଯୋଗ ଦେଇ ଛାତ୍ର, ଛାତ୍ରୀଙ୍କ କାର୍ଯ୍ୟଦକ୍ଷତାକୁ ଉଚ୍ଚ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପାଢ଼ୀ, ସମାଜସେଵୀ ପଞ୍ଚୁ ବେହେରା ଯୋଗ ଦେଇ ପ୍ଲାଷ୍ଟିକ ବ୍ୟବହାରର ଅପକାରିତା ଉପରେ ବିଭିନ୍ନ ଉଦାହରଣ ଦେଇ କହିବା ସହ ପ୍ଲାଷ୍ଟିକ ବର୍ଜନ କରିବା ଉପଦେଶ ଦେଇଥିଲେ।
କଲେଜ ଅଧକ୍ଷ ଡ଼. ରାମ ପ୍ରସାଦ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଡ଼. ମନୋଜ ପଟ୍ଟନାୟକ, ଡ଼. ପ୍ରଦୀପ୍ତ କୁମାର ପଟ୍ଟନାୟକ, ସୁପ୍ରିୟା ପଟ୍ଟନାୟକ, ଯୋଗେନ୍ଦ୍ର କୁମାର ସାହୁ, ଅନିଲ ଯାଦବ, ଡ଼ି. ଲାଛେୟା ପ୍ରମୁଖ ଯୋଗ ଦେଇଥିଲେ । ବି ସୃତି ରାଉଳ, କେ. ସ୍ୱପ୍ନା, ଏ. ଝାନସୀ ରାଓ, ଦେବକୀ ରେଡି ପ୍ରମୁଖ ପଥପ୍ରାନ୍ତ ନାଟକ ଦ୍ୱାରା ପ୍ଲାଷ୍ଟିକ ଦ୍ୱାରା ବାୟୁମଣ୍ଡଳ ପଦୂଷଣ, ଜୀବଜନ୍ତୁଙ୍କ ଉପରେ କୁପ୍ରଭାବ ଆଦି ଉପରେ ନାଟକ ପରିବେଷଣ କରି ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନ ପାଇଁ ସଚେତନ କରାଇଥିଲେ। ଯୁବ ରେଡ଼କ୍ରସର ଉପଦେଷ୍ଟା ଡ଼. ରାମ ଚନ୍ଦ୍ର ଜେନା ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଏନ ସି ସି ଅଫିସର ଅପରାଜିତା ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

Related Articles

Popular Categories