www.samajalive.in
Friday, December 12, 2025
19.1 C
Bhubaneswar

ପାକିସ୍ତାନରେ ଭାରତୀୟ କୂଟନୀତିଜ୍ଞଙ୍କୁ ଧମକ

ନୂଆଦିଲ୍ଲୀ : ପାକିସ୍ତାନୀ ଉଚ୍ଚାୟୁକ୍ତର ଜଣେ ଅଧିକାରୀ ନୂଆଦିଲ୍ଲୀରେ ଜଣେ ମହିଳାଙ୍କୁ ଆପତ୍ତିଜନକ ବ୍ୟବହାର କରିବା ନେଇ ହୋଇଥିବା ଅଭିଯୋଗ ପରିପ୍ରେକ୍ଷୀରେ ପାକିସ୍ତାନରେ ୨ ଜଣ ଭାରତୀୟ କୂଟନୀତିଜ୍ଞଙ୍କୁ ଧମକ ମିଳିଛି। ପ୍ରତିଶୋଧମୂଳକ ଭାବେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯିବ ବୋଲି ଭାରତୀୟ କୂଟନୀତିଜ୍ଞ ଦ୍ବୟଙ୍କୁ ପାକିସ୍ତାନୀ ସୁରକ୍ଷା ଏଜେନ୍ସି ଧମକାଇଥିବା ଜଣାପଡିଛି। ପ୍ରମୁଖ ଇଂରାଜୀ ଗଣମାଧ୍ୟମ ‘ଦି ଇଣ୍ଡିଆନ ଏକ୍ସପ୍ରେସ’ରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ଅଧିକାରୀମାନଙ୍କ ଧମକ ମିଳିବା ସମ୍ବନ୍ଧରେ ଭାରତୀୟ ଉଚ୍ଚାୟୁକ୍ତ ପକ୍ଷରୁ ପ୍ରତିବାଦ ଜଣାଇ ପାକିସ୍ତାନ ସରକାରଙ୍କୁ ଚିଠି ଲେଖାଯାଇଛି। ଗତ ସପ୍ତାହରେ ଘଟିଥିବା ଏହି ଘଟଣା ସମ୍ବନ୍ଧରେ ଚିଠିରେ ସବି‌େଶଷ ବିବରଣୀ ପ୍ରଦାନ କରାଯାଇଛି। ଉଲ୍ଲେଖ ଯେ ଜାନୁଆରୀ ୧୩ରେ ନୂଆଦିଲ୍ଲୀଠାରେ ପାକିସ୍ତାନୀ ଅଧିକାରୀ ତାଙ୍କୁ ଆପତ୍ତିଜନକ ଭାବେ ସ୍ପର୍ଶ କରିଥିଲେ ବୋଲି ଜଣେ ମହିଳା ଅଭିଯୋଗ କରିଥିଲେ। ପରେ ସମ୍ପୃକ୍ତ ଅଧିକାରୀଙ୍କୁ ବେଶ କିଛି ସମୟ ଥାନାରେ ଅଟକ ରଖାଯାଇ ପଚରା ଉଚୁରା କରାଯାଇଥିଲା। ପାକିସ୍ତାନ ମଧ୍ୟ ଏ ନେଇ ଭାରତ ନିକଟରେ ପ୍ରତିବାଦ କରିଛି। ଅନ୍ୟପଟେ ଜାନୁଆରୀ ୧୪ରେ ଲାହୋରଠାରେ ଅନସର-ଉଲ-ଉମା ମୁଖ୍ୟ ରେହମନ ଖଲିଲ ଭାରତ ବିରୋଧରେ ହିଂସା ଓ ଆତଙ୍କବାଦ ଘଟାଇବା ନେଇ ବକ୍ତବ୍ୟ ଦେଇଥିଲେ। ଭାରତ ଏ ସମ୍ବନ୍ଧରେ ମଧ୍ୟ ପାକିସ୍ତାନ ସରକାରଙ୍କ ନିକଟରେ ପ୍ରତିବାଦ କରିଛି।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories