ସମାଜ ଡିଜିଟାଲ ଡେସ୍କ: ଓ୍ବାକଫ୍(ସଂଶୋଧନ) ବିଲ୍କୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛି ବିଜୁ ଜନତା ଦଳ। ରବିବାର ଓ୍ବାକଫ୍(ସଂଶୋଧନ) ବିଲ୍କୁ ବିରୋଧ କରି ରାଜଭବନ ନିକଟସ୍ଥ ସର୍କିଟ୍ ହାଉସ ସମ୍ମୁଖରେ ବିଜେଡି ସଂଖ୍ୟାଲଘୁ ସେଲ୍ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ ସଭା କରାଯାଇଛି। ନୂଆ ୱାକଫ ବିଲ୍ ଆସିଲେ ଦେଶରେ ହିନ୍ଦୁ ମୁସଲମାନଙ୍କ ଭିତରେ ବିଭେଦ ସୃଷ୍ଟି ହେବ ବୋଲି ଦଳ ଅଭିଯୋଗ କରିଛି। କେନ୍ଦ୍ର ସରକାର ଷଡ଼ଯନ୍ତ୍ର କରି ୱାକଫ ବିଲ୍ରେ ୪୪ଟି ସଂଶୋଧନ ଆଣିବାକୁ ଯାଉଛନ୍ତି ବୋଲି କହିଛି ଦଳ। ଏହାକୁ ବିରୋଧ କରି ବିଜେଡି ସଂଖ୍ୟାଲଘୁ ସେଲ୍ ପକ୍ଷରୁ ବିରାଟ ପାଟୁଆରରେ ଶୋଭାଯାତ୍ରା କରି ସର୍କିଟ୍ ହାଉସ ସମ୍ମୁଖରେ ପ୍ରତିବାଦ କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରାଯାଇଛି।
Popular Categories



