ଘନ କୁହୁଡି ନେଇ ୩ ଜିଲାକୁ ସତର୍କତା
ଭୁବନେଶ୍ବର: ଖସୁଛି ପାରଦ,ବଢ଼ୁଛି ଶୀତ। ରାଜ୍ୟରେ ଦିନକୁ ଦିନ ଶୀତ ବଢିବା ସହ କିଛି ସ୍ଥାନରେ ପ୍ରବଳ କୁହୁଡି ମଧ୍ୟ ଦେଖିବାକୁ ମିଳୁଛି। ତେବେ ଆଜି କୁହୁଡ଼ି ପାଇଁ ୩ ଜିଲ୍ଲାକୁ ସତର୍କତା ଜାରି କରାଯାଇଥିଲା। ସୁନ୍ଦରଗଡ଼, କନ୍ଧମାଳ ଏବଂ କଳାହାଣ୍ଡି ଜିଲ୍ଲାରେ ସକାଳେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଛି। ସେପଟେ ଆଗାମୀ ୪ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ; କିନ୍ତୁ ପରେ ରାତି ତାପମାତ୍ରା ୨ରୁ ୩ଡିଗ୍ରୀ ବଢ଼ିବ। ଜି.ଉଦୟଗିରିରେ ରାତିର ସର୍ବନିମ୍ନ ତାପମାତ୍ରା ୮ଡିଗ୍ରୀ ରେକର୍ଡ ହୋଇଛି। ୨୭ରେ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲାରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୨୮ରେ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମାଲକାନଗିରି ଓ କୋରାପୁଟ ଜିଲାର କିଛି ସ୍ଥାନରେ ବର୍ଷା ହୋଇପାରେ।
Comments are closed.