www.samajalive.in
Monday, December 8, 2025
14.1 C
Bhubaneswar

ରାଜ୍ୟ କୁସ୍ତି ପ୍ରତିଯୋଗିତାରେ ସମ୍ବଲପୁର ଦଳକୁ ୧୪ଟି ପଦକ 

ସମ୍ବଲପୁର : ଗତ ୧୯ ଓ ୨୦ ତାରିଖରେ ରାଜଧାନୀ ଭୁବନେଶ୍ୱର ଠାରେ ଆୟୋଜିତ ଓଡିଶା ରାଜ୍ୟ କୁସ୍ତି ପ୍ରତିଯୋଗିତାରେ ସମ୍ବଲପୁର ଦଳ ୬ଟି ସ୍ୱର୍ଣ୍ଣ ଓ ୮ଟି ରୌପ୍ୟ ପଦକ ସମେତ ସମୁଦାୟ ୧୪ଟି ପଦକ ପ୍ରଥମ ଥର ହାସଲ କରି ଜିଲାକୁ ଗୌରବ ଆଣି ଦେଇଛନ୍ତି। ସ୍ଥାନୀୟ କଚେରୀ ଛକ ନିକଟରେ ସ୍ଥିତ ସାଓଲିନ କୁମ୍ଫୁ ଉଷୁ ଏସୋସିଏସନ ଦ୍ୱାରା ପରିଚାଳିତ ଜିଲା କୁସ୍ତି ଦଳର ଖେଳାଳି ମାନେ ବିଗତ ଦିନରେ କଟକର ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମ ଠାରେ ଅଂଶଗ୍ରହଣ କରି ଏହି କୃତୀତ୍ୱ ଅର୍ଜନ କରିଛନ୍ତି । ପ୍ରତିଯୋଗିତାରେ ବୈଷ୍ଣବୀ ପଟ୍ଟନାୟକ, କିଞ୍ଜଲ ଅଗ୍ରୱାଲ, ତମନ୍ନା ଗୋପ, ପ୍ରିତି ମିର୍ଦ୍ଧା, ସୁମିତ ମହାନନ୍ଦ ଓ ଦିପେଶ ଦାଶ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିଭଳି ସ୍ନିଗ୍ଧାରାଣୀ ଭାଜି, ଭାରତୀ ଟଣ୍ଡନ, ଜମୁନା ମିର୍ଦ୍ଧା, ପ୍ରତ୍ୟୁଷ ମାନ ଗୁରୁଙ୍ଗ, ସୁଶାନ୍ତ କେୱଟ, ସୁଭିତ କୁମାର ଦାଶ, ମହମ୍ମଦ ସୟଦ ଓ ଅବଦୁଲ ଫରହାନ ଅଜିଜ ରୌପ୍ୟ ପଦକ ହାସଲ କରିଛନ୍ତି । କୋଚ ରୂପେ ପୁଷ୍ପାଞ୍ଜଳି ସାହୁ, ଗାୟତ୍ରୀ ମିଶ୍ର ଓ ମ୍ୟାନେଜର ରୂପେ ଶାନ୍ତି ଗୋପ ଏବଂ ସମ୍ପାଦକ ସୁବାଷ ଚନ୍ଦ୍ର ବେହେରା ଦଳ ସହିତ ସାମିଲ ରହିଥିଲେ । ସୀମିତ ଭିତ୍ତିଭୂମିର ସତ୍ୱେ ସମ୍ବଲପୁର ଦଳ ଉତ୍ତମ ପ୍ରଦର୍ଶନ କରିଥିବା ବେଳେ ଆଗାମୀ ଦିନରେ ଭିତ୍ତିଭୂମିର ବିକାଶ ହେଲେ ଜିଲାର ଖେଳାଳି ଅଲମ୍ପିକ ପଦକ ହାସଲ କରି ପାରିବେ ବୋଲି ସମ୍ପାଦକ ଶ୍ରୀ ବେହେରା କହିଛନ୍ତି । ସମ୍ବଲପୁର ଦଳ ଇନ୍ଟରସିଟି ରେଳଗାଡି ଯୋଗେ ସମ୍ବଲପୁରକୁ ଆସି ପହଞ୍ଚିବା ପରେ ସେମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଥଣ୍ଡା ପାନୀୟ ପ୍ରଦାନ କରି ଭବ୍ୟ ସ୍ୱାଗତ କରାଯାଇଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories