ବିଳମ୍ବ ସହ ବାରମ୍ବାର ବିବାହ ଭାଙ୍ଗୁଛି କି? ଗାଧୋଇବା ପାଣିରେ ମିଶାନ୍ତୁ ବାସ୍ ଏକ ଚୁଟ୍କି ଏହି ଜିନିଷ, ଶୀଘ୍ର ହେବ ବିବାହ, ମିଳିବ ଧନ..
ଦେବୋତ୍ଥାନ ଏକାଦଶୀ ପରେ ଆରମ୍ଭ ହୋଇ ସାରିଛି ବିବାହ ତିଥି । ମାତ୍ର ଅନେକ ଯୁବକ ଯୁବତୀଙ୍କ ବିବାହରେ ବାରମ୍ବାର ସମସ୍ୟା ଦେଖାଯିବା ସହ ବିବାହରେ ବିଳମ୍ବ ହୋଇଥାଏ । ତେବେ ଏଭଳି କିିଛି ସରଳ ଉପାୟ ରହିଛି, ଯାହାକୁ ଆପଣାଇବା ଦ୍ୱାରା ବିବାହରେ ଆସୁଥିବା ସମସ୍ୟା ଦୂର ହୋଇଥାଏ । ଶୀଘ୍ର ବିବାହ ମଧ୍ୟ ହୋଇଥାଏ ।
ଶୀଘ୍ର ବିବାହ ପାଇଁ..
ମାନ୍ୟତା ଅନୁଯାୟୀ, ଗାଧୋଇବା ପାଇଁ ଥିବା ପାଣିରେ ଅଳ୍ପ ହଳଦୀ ମିଶାଇ ଏହି ପାଣିରେ ନିୟମିତ ସ୍ନାନ କରନ୍ତୁ । ୧ ମାସ ପର୍ଯ୍ୟନ୍ତ ଏହି ଉପାୟ କରିବା ଦ୍ୱାରା ବିବାହରେ ଆସୁଥିବା ବାଧା ଦୂର ହୋଇଥାଏ । ଶୀଘ୍ର ବିବାହ ହୋଇଥାଏ ।
ଆର୍ଥିକ ଉନ୍ନତି ପାଇଁ..
ପାଣିରେ ହଳଦୀ ମିଶାଇବା ସମୟରେ ଧ୍ୟାନ ଦେବେ ଯେପରି ପାଣି ଗାଢ ହଳଦୀ ଦେଖାନଯିବ । ଅଧା ଚାମଚ ହଳଦୀ ମିଶାଇ ସ୍ନାନ କରନ୍ତୁ । ଏହାଦ୍ୱାରା ବିବାହ ଶୀଘ୍ର ହେବା ସହ ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏହାଦ୍ୱାରା ଖର୍ଚ୍ଚ ତୁଳନାରେ ବ୍ୟକ୍ତି ଅଧିକ ସଞ୍ଚୟ କରନ୍ତି ।
ଦେଖନ୍ତୁ ଭିଡିଓ; ସ୍କୁଟିରେ ଯାଉଥିଲେ ଯୁବତୀ, ଲାତ ମାରିଲା ଘୋଡା, ଆଉ ତା’ପରେ..
ପାଣିରେ ହଳଦୀ ମିଶାଇବାର ଏକ ମୁଖ୍ୟ କାରଣ ରହିଛି । ବୃହସ୍ପତି ଗ୍ରହ ପ୍ରେମ, ବିବାହର ସ୍ୱାମୀ ଅଟନ୍ତି । ବୃହସ୍ପତିଙ୍କୁ ହଳଦୀ ସହ ଅନ୍ୟାନ୍ୟ ହଳଦିଆ ଜିନିଷ ଖୁବ୍ ପ୍ରିୟ । ମାନ୍ୟତା ଅନୁଯାୟୀ, ଗାଧୋଇବା ପାଣିରେ ହଳଦୀ ମିଶାଇ ସ୍ନାନ କରିବା ଦ୍ୱାରା ଜାତକରେ ବୃହସ୍ପତିଙ୍କ ସ୍ଥିତି ମଜଭୁତ ହୋଇଥାଏ । ଫଳରେ ବିବାହରେ ଥିବା ସମସ୍ୟା ଦୂର ହୋଇ ଶୀଘ୍ର ବିବାହ ହୋଇଥାଏ ।
Comments are closed.