ଭବାନୀପାଟଣା: ଲାଞ୍ଚ ନେବା ବେଳେ ଧରାପଡିଲେ ଡାକ୍ତର। ଭବାନୀପାଟଣା ଏସଆରଏମ ଭେଷଜ ମହାବିଦ୍ୟାଳୟ ଅନ୍ତର୍ଗତ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ର ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ଅଶୋକ ଦାସ ଜଣେ ଗର୍ଭବତୀ ମହିଳାଙ୍କ ସମ୍ପର୍କୀୟ ଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ବିଭାଗ ହାତରେ ଧରା ପଡିଛନ୍ତି। ଡାକ୍ତର ଙ୍କ ସରକାରୀ କ୍ୱାର୍ଟର ରୁ ନଗଦ ୯୬ ହଜାର ୮୫୦ ଟଙ୍କା ଠାବ କରାଯାଇଛି।କଳାହାଣ୍ଡି , ନୂଆପଡ଼ା, ନବରଙ୍ଗପୁର ଏବଂ ଜୟପୁର ଡିଭିଜନ ର ୧୦ ଜଣିଆ ଭିଜିଲାନ୍ସ ଟିମ୍ ମିଳିତ ଭାବେ ଡାକ୍ତରଙ୍କ ଚ୍ୟାମ୍ବର୍ ଏବଂ ସରକାରୀ କ୍ୱାର୍ଟରରେ ଚଢାଉ ଜାରି ରଖିଛନ୍ତି। ଡାକ୍ତର ଙ୍କ ନୟାଗଡ଼ ସ୍ଥିତ ପୈତୃକ ଘର ସମେତ ଭୁବନେଶ୍ୱର ପ୍ରଭୃତି ମୋଟ ୧୦ ସ୍ଥାନରେ ଭିଜିଲାନ୍ସ ବିଭାଗ ଚଢାଉ ଜାରି ରଖିଛି।
Popular Categories



