କାର୍ତ୍ତିକ ପୂର୍ଣ୍ଣିମା: ବଟେଶ୍ୱର ପୀଠରେ ୫୦ ହଜାରରୁ ଅଧିକ ଭକ୍ତ
ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ କଣ୍ଟିଆ ଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ଶୈବ ପୀଠରେ କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ପ୍ରାୟ ପଚାସ ହଜାରରୁ ଅଧିକ ଭକ୍ତଙ୍କ ଭିଡ଼ ହୋଇଥିବା ସୂଚନା ମିଳିଛି । ଏହି ଅବସରରେ ଚାରି ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା । ଭୋରରୁ ଠାକୁରଙ୍କ ରୀତିନୀତି ଓ ପୂଜା ଅର୍ଚ୍ଚନା ପରେ ଦର୍ଶନ ପାଇଁ ଭକ୍ତଙ୍କୁ ଛଡାଯାଇଥିଲା । ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳରୁ ଓ ଅନ୍ୟ ଜିଲାରୁ ମଧ୍ୟ ବହୁ ଭକ୍ତଙ୍କ ସମାଗମ ହୋଇଥିଲା । ଠାକୁରଙ୍କ ଦର୍ଶନ ସାଙ୍ଗକୁ ପ୍ରାକୃତିକ ସୌନ୍ଦର୍ଯ୍ୟର ଅପରୂପ ଶୋଭାରାଶି ସାଙ୍ଗକୁ ବଙ୍ଗୋପସାଗର ଜଳ ରାଶି,ବେଳାଭୂମି, ଝାଉଁ, କାଜୁ ଜଙ୍ଗଲ, ପାର୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି l ମନ୍ଦିର ପରିଚାଳନା କମିଟି ପକ୍ଷରୁ ପକ୍ଷରୁ ଟ୍ରାଫିକ, ଶାନ୍ତି ଶୃଙ୍ଖଳାରେ ଦର୍ଶନ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏହାକୁ କଣ୍ଟିଆଗଡ଼, ନୀଳାଦ୍ରିପୁର, ଖଟୁଆକୁଦା, ପୋଡମପେଟା, ମୟୁରପଦା, ଗୋଖରକୁଦା ପ୍ରଭୁତି ଗ୍ରାମ ପରିଚାଳନା କରିଥିଲେ ।
Comments are closed.