www.samajalive.in
Wednesday, December 10, 2025
26.1 C
Bhubaneswar

ସ୍ଵାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଓ ଗୁରୁକୁଳ ଇଣ୍ଟର ନ୍ୟାସନାଲ ପବ୍ଲିକ ସ୍କୁଲରେ ଶିଶୁ ଦିବସ

ପବିତ୍ର ଶିଶୁ ଦିବସ ଉପଲକ୍ଷେ ସ୍ଵାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଓ ଗୁରୁକୁଳ ଇଣ୍ଟର ନ୍ୟାସନାଲ ପବ୍ଲିକ ସ୍କୁଲ ଠାରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା’ ମୋ ହାଟ “କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲାଏହି କାର୍ଯ୍ୟକ୍ରମ କୁ ଉପ ଖଣ୍ଡ ପୋଲିସ ଅଧିକାରୀ ବିଜୟ କୁମାର ବିଶି ଉଦଘାଟନ କରିଥିଲେ।ସମ୍ମାନୀତ ଅତିଥି ଭାବେ ଜି ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ,ବ୍ଲକ ଶିକ୍ଷା ଅଧିକାରୀ ଦିବ୍ୟ ପ୍ରକାଶ ପ୍ରଧାନ,ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରଂଜନ କୁମାର ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ। ଶିକ୍ଷା କେନ୍ଦ୍ର ର ସମ୍ପାଦକ ଅରୁଣ କୁମାର ଷଡ଼ଙ୍ଗୀ ଙ୍କ ତାଧ୍ୱବାଧନ ଏହି କାର୍ଯ୍ୟକ୍ରମ ରେ ୩୫ ଜଣ ଛାତ୍ର ଛାତ୍ରୀ ବିଭିନ୍ନ ବ୍ୟବସାୟୀ ଭିତ୍ତିକ ବିଭିନ୍ନ ଷ୍ଟଲ୍ କରିଥିଲେ। ଛାତ୍ର ଛାତ୍ରୀ ମାନେ ସ୍ୱାବଲମ୍ବି ହେବା ସହ ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ କିପରି ନିଜେ କିଛି ଶିକ୍ଷା ଅର୍ଜନ କରିପାରିବେ ସେ ଉପରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପଣ୍ଡିତ ଜବହାରଲାଲ ନେହୁରୁ ଙ୍କ ଫୋଟ ରେ ପୁଷ୍ପ ଗୁଚ୍ଛ ପ୍ରଦାନ କରିଥିଲେ ଅତିଥି ଗଣ।ଏହି କାର୍ଯ୍ୟକ୍ରମ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ।ଶିକ୍ଷା କେନ୍ଦ୍ରର ସମସ୍ତ ଅଭିଭାବକ, ଗଣମାଧ୍ୟମ ପ୍ରତିନିଧି ଓ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଯୋଗ ଦେଇଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories