www.samajalive.in
Monday, December 8, 2025
27.1 C
Bhubaneswar

ଲାଞ୍ଜିଗଡ ଡ଼ିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟରେ ଶିଶୁଦିବସ ସମାରୋହ

ଲାଞ୍ଜିଗଡ଼:  ଲାଞ୍ଜିଗଡ ଡ଼ିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟରେ ଶିଶୁ ଦିବସ ସମାରୋହ ଉତ୍ସବ ତିନି ଦିନ ଧରି ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ସଦାନନ୍ଦ ହୋତା ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ ସହ ଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବଟିର ଶୁଭାରମ୍ଭ କରିଥିଲେ। ଅଧ୍ୟକ୍ଷ ଶ୍ରୀ ହୋତା ଦେଶର ଶିଶୁ ଓ ଛାତ୍ରଛାତ୍ରୀମାନଙ୍କ ପ୍ରତି ଅଖଣ୍ଡ ଆସ୍ଥା ପ୍ରକଟ କରି ଶିଶୁ ମାନଙ୍କୁ ଭବିଷ୍ୟତ ଭାରତର ନବ ନିର୍ମାତା ରୂପେ ଅଭିହିତ କରିଥିଲେ। ଏହି ମହୋତ୍ସବରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ, ଓଡ଼ିଆ, ହିନ୍ଦୀ, ଇଂରାଜୀ, କ୍ରୀଡା, କଳା ଏବଂ ହସ୍ତକଳା ଆଦି ବିଷୟରେ ପ୍ରଦର୍ଶନୀ କରି ଉନ୍ନତମାନର ପ୍ରକଳ୍ପ ଗୁଡିକର ଲୋକମାନଙ୍କ ଦ୍ୱାରା ବହୁ ପ୍ରଶଂସିତ ହୋଇଥିଲା। ଉତ୍ସବର ତୃତୀୟ ତଥା ଅନ୍ତିମ ଦିବସରେ କେଜିରୁ ଦ୍ଵିତୀୟ ଶ୍ରେଣୀର କୁନିକୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରଦର୍ଶିତ କାର୍ଣ୍ଣିଭାଲ ଏବଂ ପରେ ପରେ ତୃତୀୟରୁ ଦ୍ୱାଦଶ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଇଣ୍ଟର ହାଉସ ନୃତ୍ୟ ପ୍ରତିଯୋଗିତା ଦର୍ଶକ ମଣ୍ଡଳୀ ପାଇଁ ଖୁବ ରୋମାଞ୍ଚ ସୃଷ୍ଟି କରିଥିଲା। ଏହି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବର ପ୍ରଥମ ଦିନରେ ବେଦାନ୍ତ ଲିମିଟେଡ଼ ସିଏସଆର ମୁଖ୍ୟ ଶିଶିର କୁମାର ତରଫଦାର, ଦ୍ୱିତୀୟ ଦିବସରେ ବେଦାନ୍ତ ଲିମିଟେଡ଼ର ମୁଖ୍ୟ ସିଏଫଓ ଏସ. ସୁରେଶ ଏବଂ ସମ୍ମାନିତ ଅତିଥିଭାବେ ଡିଏସଏସ କଳାହାଣ୍ଡି ଦୁଷ୍ମନ୍ତ ଶେଖର ପାଢ଼ୀ ଯୋଗ ଦେଇଥିବା ବେଳେ ଅନ୍ତିମ ଦିବସରେ ମୁଖ୍ୟ ଅତିଥି ରୂପେ ବେଦାନ୍ତ ଲିମିଟେଡ଼ର ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ପରେ ବିଦ୍ୟାର୍ଥୀମାନଙ୍କ ପାଇଁ ନୀତିଶିକ୍ଷା ମୂଳକ ଓ ପ୍ରେରଣାଧର୍ମୀ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଶେଷରେ ବିଦ୍ୟାଳୟ ତରଫରୁ ସମସ୍ତଙ୍କୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରାଯାଇଥିଲା।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

Related Articles

Popular Categories