କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ସହର ନୂଆପଡା ଠାରେ କାର୍ତିକ ପୁର୍ଣିମା ଅବସରେ ପଞ୍ଚୁକ ପାରାୟଣ ଓ ଭାଗବତ ଜ୍ଞାନ ଯଜ୍ଞ ପାଠ ପାଞ୍ଚ ଦିନ ଧରି ଚାଲୁଥିବା ବେଳେ ଆସନ୍ତା କାଲି କାର୍ତିକ ପୁର୍ଣିମା ଦିନ ଶେଷହେବ। ପ୍ରତ୍ୟେକ ଦିନ ବହୁ ସଂଖ୍ୟାରେ ମହିଳା ଶ୍ରଦ୍ଧାଳୁ ଭାଗବତ ପାରାୟଣ ଶୁଣିବା ପାଇଁ ଶ୍ରୋତା ଭାବେ ଉପସ୍ଥିତ ହେଉଥିବା ଲକ୍ଷ୍ୟ କରାଯାଇଛି। ପାଞ୍ଚ ଦୀନବ୍ୟାପୀ ଏହି କାର୍ଯ୍ୟକ୍ରମରେ ପୂଜନ, ଭଜନ କୀର୍ତନ ସହିତ ଭାଗବତ ପାରାୟଣ ଚାଲିଛି। ସହରର ଅନେକ ଶ୍ରଦ୍ଧାଳୁ, ବ୍ୟାଶାସନରେ ଅଳଙ୍କୃତ କରିଥିବା ପଣ୍ଡିତ ସାହସ୍ରାଂଶୁ ହୋତାଙ୍କ ଠାରୁ ଭାଗବତ ପ୍ରବଚନ ଶ୍ରବଣ କରୁଛନ୍ତି।
Popular Categories



