www.samajalive.in
Monday, December 8, 2025
24.1 C
Bhubaneswar

ବଙ୍ଗୋମୁଣ୍ଡା ଆଦର୍ଶ ବିଦ୍ୟାଳୟରେ ବିଜ୍ଞାନ ମେଳା, ଦୃଷ୍ଟି ଆକର୍ଷଣ କଲା ‘ଜରୁରୀ କାଳୀନ ସେବା ପାଇଁ ଟ୍ରାଫିକ ହାଇଡ୍ରୋଲିକ୍ ଲିଫ୍ଟ ’ 

ଲଡୁଗାଁ : କଳାହାଣ୍ଡି ଜିଲା କୋକସରା  ବ୍ଲକ ବଙ୍ଗୋମୁଣ୍ଡା ଆଦର୍ଶ ବିଦ୍ୟାଳୟ ପରିସରରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ପର୍ଲା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ଅଭିଷେକ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜ୍ଞାନ ମେଳାର ଉଦଘାଟନ କରି ପିଲାମାନଙ୍କ ଦ୍ବାରା ପ୍ରଦର୍ଶିତ ସମସ୍ତ ପ୍ରକଳ୍ପ ଗୁଡିକୁ ବୁଲି ଦେଖିଥିଲେ ଏବଂ ସେମାନଙ୍କୁ ଉତ୍ସାହିତ କରିଥିଲେ । ପିଲାମାନଙ୍କ ସ୍ବନିର୍ମିତ ପ୍ରକଳ୍ପକୁ ମୂଲ୍ଯାୟନ କରିବା ପାଇଁ ବିଚାରକ ଭାବେ ଶିକ୍ଷକ କମଳାକାନ୍ତ ସାହୁ, ନୀତିଶ କୁମାର ଛନ୍ଦା, ବିଶ୍ବ ରଞ୍ଜନ ସାହୁ, ଅମୂଲ୍ୟ କୁମାର ସିଂ, ସରୋଜ କୁମାର ସେଠୀ ଓ ନଳିନୀପ୍ରଭା ନାଏକ ପ୍ରମୁଖ ଯୋଗ ଦେଇଥିଲେ ।  ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀମାନେ ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିବାବେଳେ ପ୍ରଜ୍ଞା ବିନୋଦିନୀ ଓ କିଶନ କୁମାର ତାଣ୍ଡି ସଂଯୋଜନା କରିଥିଲେ ।

ଏଥିରେ ବିଦ୍ୟାଳୟର ୯୬ ଜଣ ଛାତ୍ରଛାତ୍ରୀଙ୍କ ଦ୍ବାରା ମୋଟ ୯୬ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଜୁନିୟର ବିଭାଗରେ ଅନ୍ୱେଷାଶ୍ରୀଷ୍ଟି ପଣ୍ଡା, ଅଂଶୁମାନ ବେହେରା, ଆୟୁଷ୍ମାନ ମହାପାତ୍ର ଓ ସିନିୟର ବିଭାଗରେ ଆଶୁତୋଷ ସିଂହଲ, ପ୍ରଜ୍ଞାଶ୍ରୀ  ଚୌଧୁରୀ ଓ ଅପରାଜିତା ମୁଣ୍ଡ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ, ତୃତୀୟ ହୋଇଥିଲେ । ତନ୍ମଧ୍ୟରୁ ଅନ୍ୱେଷାଶ୍ରୀଷ୍ଟି ପଣ୍ଡାଙ୍କ ପ୍ରଦର୍ଶିତ ‘ଜରୁରୀକାଳୀନ ସେବା ପାଇଁ ହାଇଡ୍ରୋଲିକ୍ ଲିଫ୍ଟ ବ୍ୟବସ୍ଥା’ ଯାହାକି ଟ୍ରାଫିକ ଭିଡ଼ ସମୟରେ ହାଇଡ୍ରୋଲିକ ଲିଫ୍ଟ ମାଧ୍ୟମରେ ଆମ୍ବୁଲାନ୍ସ ,ଦମକଳ ତଥା ପୋଲିସ୍ ସେବା ଆଦି ସହଜରେ ରାସ୍ତା ଅତିକ୍ରମ କରି ନିଜ ଗନ୍ତବ୍ୟସ୍ଥଳକୁ ପହଞ୍ଚୁଥିବା ଏହି ପ୍ରକଳ୍ପ ସମସ୍ତଙ୍କୁ ବେଶ୍ ଆକୃଷ୍ଟ କରିଥିଲା ।  ପିଲାମାନଙ୍କ ମଧ୍ୟରେ ଲୁକ୍କାୟିତ ଭାବେ ରହିଥିବା ବୈଜ୍ଞାନିକ କଳାକୁ ଲୋକଲୋଚନକୁ ଆଣିବା ନିମନ୍ତେ ପ୍ରତ୍ୟେକ ବର୍ଷ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ ବୋଲି ବିଦ୍ୟାଳୟର ଅଧ୍ୟକ୍ଷା ନିଝୁମ୍ ରାଣୀ ପଣ୍ଡିତ ପ୍ରକାଶ କରିଛନ୍ତି ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories