www.samajalive.in
Tuesday, December 9, 2025
16.1 C
Bhubaneswar

ଧବଳେଶ୍ଵର ଶୈବପୀଠରେ ଭକ୍ତଙ୍କ ଭିଡ଼, ଟ୍ରାଫିକ ଅବ୍ୟବସ୍ଥା ଯୋଗୁଁ ଘଣ୍ଟା ଘଣ୍ଟା ଧରି ଅଟକିଲେ ଶ୍ରଦ୍ଧାଳୁ

ଗୋପାଳପୁର :  କାର୍ତ୍ତିକ ମାସ ଶେଷ ସୋମବାରରେ ଆଜି ଗୋଳାବନ୍ଧ ସ୍ଥିତ ଧବଳେଶ୍ଵର ଶୈବପୀଠରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଆଜି ଭୋର ସକାଳୁ ମହାଦେବଙ୍କ ସ୍ନ୍ନାନ ପରେ ପଞ୍ଚାମୃତ ମାର୍ଜନା,୧୦୮ ଆଳତୀ,୧୦୮ ବେଲପତ୍ର ଅର୍ପଣ କରି ନୀତିକାନ୍ତି ଭାବେ ପୂଜାର୍ଚନା କରି ଭକ୍ତଙ୍କ ଦର୍ଶନ ପାଇଁ ଦ୍ୱାର ଖୋଲା ହୋଇଥିଲା । ଆଖପାଖ ଅଂଚଳ ଏବଂ ଦୂର ଦୁରାନ୍ତରୁ ଆସିଥିବା ଭକ୍ତ ମାନେ ନଡ଼ିଆ, କଦଳୀ, କ୍ଷୀର, ଦହି, ଫଳପାଚିଲା, ଦୀପ, ଧୂପ ଧରି ମହାଦେଶଙ୍କୁ ପୂଜାର୍ଚ୍ଚନା କରିଥିଲେ । ପୁରୋହିତ ଭାବେ ଗୌର ଚନ୍ଦ୍ର ରଣା, ସୁବାଷ ଚନ୍ଦ୍ର ରଣା, ଶଙ୍କର ରଣା, ନିରଞ୍ଜନ ରଣା,ଟୁକୁନା ରଣା ପ୍ରମୁଖ ଉପସ୍ଥିତ ରହି ପୂଜାର୍ଚନା ଦାୟିତ୍ୱ ତୁଲାଇଥିଲେ ।

- Advertisement -

କମିଟି ପକ୍ଷରୁ ଭକ୍ତଙ୍କ ନିମନ୍ତେ ପାନୀୟ ଜଳର ବ୍ୟବସ୍ଥା ହୋଇଥିବାବେଳେ କମିଟି ସଦସ୍ୟ ଓ ପୁଲିସ ଉପସ୍ଥିତ ରହି ଭକ୍ତଙ୍କୁ ଧାଡ଼ିରେ ଯିବା ପାଇଁ କହିଥିଲେ । କମିଟି ସଭାପତି ଏ. କୋରଲେୟା,ସମ୍ପାଦକ ଭୁମ ଦାସ,କୋଷାଧକ୍ଷ ପି. କ୍ରୀଷ୍ଣା ପ୍ରମୁଖ ଉପସ୍ଥିତ ସମସ୍ତ ସହଯୋଗ କରିଥିଲେ । ଗହଳିକୁ ନଜରରେ ରଖି ପ୍ରାୟ ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲେ। ମନ୍ଦିର ସମ୍ମୁଖରେ ବହୁ ଉଠା ଦୋକାନୀ ମାନଙ୍କରେ ଭିଡ଼ ପରିଲକ୍ଷିତ ହୋଇଥିଲା । ଲୋକଙ୍କ ଗହଳି ରହିଥିବା ସହ ଟ୍ରାଫିକ ଅବ୍ୟବସ୍ଥା ଯୋଗୁଁ ଧବଳେଶ୍ଵର ଯିବା ରାସ୍ତାରେ ଅନେକ ସ୍ଥାନରେ ପରିବାର ସହ ଗାଡ଼ି ମୋଟର ନଜିର ଯାଉଥିବା ଶ୍ରଦ୍ଧାଳୁ ମାନେ ଘଣ୍ଟା ଘଣ୍ଟା ଧରି ଅଟକି ରହିଥିବା ଯୋଗୁଁ ଅସନ୍ତୋଷ ଦେଖା ଦେଇଥିଲା। ପୁଲିସ ପକ୍ଷରୁ ବିଭିନ୍ନ ଛକ ସ୍ଥାନ ମାନଙ୍କରେ ପୁଲିସ ମୁତୟନ କରାଯାଇଥିବାବେଳେ ରାସ୍ତାରେ ପେଟ୍ରାଲିଂ ବ୍ୟବସ୍ଥା ନଥିବାରୁ ଏପରି ସ୍ଥିତି ଉପୁଜି ଥିବା ଅଭିଯୋଗ ହେଉଛି।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories