www.samajalive.in
Monday, December 8, 2025
27.1 C
Bhubaneswar

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ଅଭିଭାବକଙ୍କ ଅଭିଯୋଗ

ସିମୁଳିଆ : ବିଦ୍ୟାଳୟରେ ପିଲାମାନଙ୍କୁ ନିମ୍ନମାନର ମଧ୍ୟାହ୍ନଭୋଜନ ଦିଆ ଯିବାକୁ ନେଇ ଅଭିଭାବକମାନେ ବ୍ଳକ ଶିକ୍ଷାଅଧିକାରୀଠାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି । ସୂଚନାରୁ ପ୍ରକାଶ ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ପାହିତୋରଣା ପଞ୍ଚାୟତ ମଧୁପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଉତ୍କଳା ମହାନ୍ତି କାର୍ଯ୍ୟରତ । ଏହି ବିଦ୍ୟାଳୟଟି ମଧୁପୁର ଆଦିବାସୀ ସାହିରେ ଅବସ୍ଥିତ ଥିବାବେଳେ ପିଲାଙ୍କୁ ନିମ୍ନ ମାନର ଖାଦ୍ୟ ଦିଆ ଯାଉଥିବା ନେଇ ଅଭିଭାବକମାନେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚାରିବାରୁ ଆଦିବାସୀ ପିଲାଙ୍କୁ କେମିତି ଖାଦ୍ୟ ଦିଆଯିବ ଓଲଟା ପ୍ରଶ୍ନ ପଚାରିଥିଲେ । ତେବେ ଶେଷରେ ଅଭିଭାବକମାନେ ସିମୁଳିଆ ଅଞ୍ଚଳର ଯୁବ ସମାଜସେବୀ ମୋହନ ଗୋଛାୟତ ଓ ସୂର୍ଯ୍ୟଶିଖା ମହାସଂଘର ସଭାନେତ୍ରୀ ଭାରତୀ ମଲ୍ଲିକଙ୍କୁ ଜଣାଇଥିଲେ । ଅଭିଭାବକ ଶିଵ ସିଂ, ଶିଵ ମାରାଣ୍ଡି, ବାସୁଦେବ ମାରାଣ୍ଡି, ମୋଟୁ ସିଂ, ରଘୁନାଥ ହେମ୍ବ୍ରମ, ସମେତ ବହୁ ଅଭିଭାବକ ମାନଙ୍କୁ ସାଙ୍ଗରେ ଧରି ସିମୁଳିଆ ବ୍ଳକ ଶିକ୍ଷାଅଧିକାରୀଙ୍କ ନିକଟରେ ଆଜି ଲିଖିତ ଅଭିଯୋଗ କରିଛନ୍ତି । ଏ ସଂକ୍ରାନ୍ତରେ ସିମୁଳିଆ ଗୋଷ୍ଠୀ ଶିକ୍ଷା ଉନ୍ନୟନ ଅଧିକାରୀ ପ୍ରକାଶ ମହାଳିକଙ୍କୁ ପଚାରିବାରୁ ଅଭିଯୋଗ ପାଇଛନ୍ତି ଏବଂ ତୁରନ୍ତ ଏ ଦିଗରେ ତଦନ୍ତ କରିବା ସହ ବିହିତ ପଦକ୍ଷେପ ନେବାକୁ ପ୍ରକାଶ କରିଥିଲେ ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories