www.samajalive.in
Tuesday, December 9, 2025
16.1 C
Bhubaneswar

ସାଢେ ୩ରୁ ୪ଟା ମଧ୍ୟରେ ଧ୍ୱଜା ବନ୍ଧା

ପୁରୀ : କାର୍ତ୍ତିକ ଭିଡ ଯୋଗୁଁ ବଦଳିଲା ଶ୍ରୀମନ୍ଦିର ଧ୍ୱଜାବନ୍ଧା ନୀତି ସମୟ।  ସନ୍ଧ୍ୟା ବଦଳରେ ଅପରାହ୍ନ ୩ଟା ୩୦ରୁ ୪ଟା ମଧ୍ୟରେ ଧ୍ବଜା ବନ୍ଧା ନୀତି ସମ୍ପନ୍ନ ହେବ।  ମୁଖ୍ୟ ପ୍ରଶାସକ ଏହି ନିର୍ଦେଶ ଦେବା ପରେ ଚୁନରା ସେବକ ମାନଙ୍କୁ ଏ ନେଇ ଅବଗତ କରାଯାଇଛି। ଅପରାହ୍ଣରେ କମ୍‌ ଗହଳି ମଧ୍ୟରେ ଧ୍ୱଜା ବନ୍ଧା ଲକ୍ଷ୍ୟରେ ଏଭଳି ନିର୍ଦେଶ ଜାରି କରାଯାଇଥିବା ସୂଚନା ମିଳିଛି। ପ୍ରକାଶ ଥାଉକି, ଧ୍ୱଜା ବନ୍ଧା ନୀତି ଦେଖିବା ପାଇଁ ଶ୍ରୀମନ୍ଦିର ଭିତରେ ଏବଂ ସିଂହଦ୍ୱାର ବାହାର ମାର୍ଗରେ ଭକ୍ତଙ୍କ ପ୍ରବଳ ଭିଡ଼ ଜମୁଛି। ଫଳରେ ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ଉପୁଜୁଛି। ଏଣୁ ପରବର୍ତ୍ତୀ ସପ୍ତାହରେ ଅପରାହ୍ଣ ୪ଟା ସମୟରେ ଧ୍ୱଜା ବନ୍ଧା ନୀତି ସମାପନ ପାଇଁ ଶ୍ରୀମନ୍ଦିର କମାଣ୍ଡର ଓ ସୁପରଭାଇଜରଙ୍କୁ ନିର୍ଦେଶ ପ୍ରଦାନ କରାଯାଇଛି। ଏନେଇ ଚୁନରା ସେବକଙ୍କ ସହଯୋଗ କାମନା ସହ କୌଣସି ବ୍ୟତିକ୍ରମ ଗ୍ରହଣୀୟ ନୁହେଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories