www.samajalive.in
Monday, December 8, 2025
27.1 C
Bhubaneswar

ଏହି କମ୍ପାନୀର ମୋଟରସାଇକେଲକୁ ଅଧିକ ପସନ୍ଦ କରୁଛନ୍ତି ଗ୍ରାହକ, ଜାଣନ୍ତୁ..

ନୂଆଦିଲ୍ଲୀ : ଦୁଇଚକିଆ ଗାଡିର ଚାହିଦା ଲଗାତର ବଢିବାରେ ଲାଗିଛି । ଭାରତୀୟ ଗ୍ରାହକ ଦୁଇଚକିଆ ଯାନକୁ ଅଧିକ ପସନ୍ଦ କରୁଛନ୍ତି । ଗତ ମାସରେ ହିରୋ ମୋଟୋକର୍ପ ବିକ୍ରିରେ ସର୍ବୋଚ୍ଚ ସ୍ଥାନ ହାସଲ କରିଛି । ରିପୋର୍ଟ ଅନୁସାରେ ଅକ୍ଟୋବର ୨୦୨୪ରେ ହିରୋ ମୋଟୋକର୍ପ ସମୁଦାୟ ୫,୭୬,୫୩୨ ୟୁନିଟ୍ ଦୁଇଚକିଆ ଯାନ ବିକ୍ରି କରିଛି । ଗତ ବର୍ଷ ଅର୍ଥାତ୍ ୨୦୨୩ ମସିହା ଅକ୍ଟୋବର ମାସରେ ହିରୋ ସମୁଦାୟ ୪,୧୮,୬୭୨ ୟୁନିଟ୍ ଦୁଇଚକିଆ ଯାନ ବିକ୍ରି କରିଥିଲା । ବାର୍ଷିକ ଆଧାରରେ କମ୍ପାନୀର ଗାଡି ବିକ୍ରିରେ ୩୭.୭୦ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି ।

ଦ୍ବିତୀୟ ସ୍ଥାନରେ ହୋଣ୍ଡା ରହିଛି । ହୋଣ୍ଡା ସମୁଦାୟ ୫,୫୪,୨୪୯ ୟୁନିଟ୍ ଗାଡି ବିକ୍ରି କରିଛି । ତୃତୀୟ ସ୍ଥାନରେ ଟିଭିଏସ୍ ୩,୫୧,୯୫୦ ଗାଡି ବିକ୍ରି କରିଛି । ଚତୁର୍ଥ ସ୍ଥାନରେ ବଜାଜ ସମୁଦାୟ ୨,୩୩,୨୫୪ ୟୁନିଟ୍ ଦୁଇଚକିଆ ଗାଡି ବିକ୍ରି କରିଛି । ସେହିଭଳି ୫ମ ସ୍ଥାନରେ ସୁଜୁକି ରହିଛି । କମ୍ପାନୀ ଅକ୍ଟୋବର ମାସରେ ୧,୦୬,୩୬୨ ଦୁଇଚକିଆ ଗାଡି ବିକ୍ରି କରିଛି ଯାହା କମ୍ପାନୀର ଗତ ବର୍ଷ ଅକ୍ଟୋବର ମାସ ତୁଳନାରେ ୩୨.୪୯ ପ୍ରତିଶତ ଅଧିକ । ୬ଷ୍ଠ ସ୍ଥାନରେ ରୟାଲ ଏନଫିଲ୍ଡ ରହିଛି । କମ୍ପାନୀ ୯୫,୧୧୩ ଟି ବାଇକ୍ ଅକ୍ଟୋବର ମାସରେ ବିକ୍ରି କରିଛି । ସପ୍ତମ ସ୍ଥାନରେ ୟାମାହା ୬୮,୧୫୩ ଗାଡି ବିକ୍ରି କରିଥିବାବେଳେ ଅଷ୍ଟମ ସ୍ଥାନରେ ଓଲା ରହିଛି ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories