www.samajalive.in
Sunday, December 7, 2025
16.1 C
Bhubaneswar

କୌଣସି ପରିସ୍ଥିତିରେ ବନ୍ଦ ହେବ ନାହିଁ ମଧ୍ୟାହ୍ନ ଭୋଜନ, ନିରାପଦ ଓ ସ୍ଵଚ୍ଛ ମଧ୍ୟାହ୍ନ ଭୋଜନକୁ ପ୍ରାଥମିକତା

ଭୁବନେଶ୍ୱର : ରାଜ୍ୟର ସମସ୍ତ ଜିଲ୍ଲାରେ ପୁଷ୍ଟିକର, ନିରାପଦ ମଧ୍ୟାହ୍ନ ଭୋଜନ ପରିଚାଳନା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ କମିଶନର ତଥା ଶାସନ ସଚିବ ଶାଲିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଅଧିକାରୀ ତଥା ରାଜ୍ୟ ସଂଯୋଜକ ଅଧିକାରୀ (ପିଏମ୍-ପୋଷଣ) ରଘୁରାମ ଆର୍ ଆୟାରଙ୍କ ସମେତ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନେଇ ଆଭାସୀ ମାଧ୍ୟମରେ ଏକ ଜରୁରୀକାଳିନ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ବୈଠକରେ ବିଭାଗୀୟ କମିଶନର ତଥା ଶାସନସଚିବ ଜିଲ୍ଲାମାନଙ୍କୁ ପିଏମ୍-ପୋଷଣ ଅନ୍ତର୍ଗତ ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଉଥିବା ନେଇ ସୂଚନା ଦେଇଛନ୍ତି। ପୋଷଣୀୟ ଚାଉଳ ଓ ଉନ୍ନତମାନର ଖାଦ୍ୟ ସାମଗ୍ରୀ ବ୍ୟବହାର କରିବା ସହ ନିରନ୍ତର ଭାବରେ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇଦେବା ପାଇଁ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର ତଥା ଶାସନ ସଚିବ। ଏଥିସହିତ କୌଣସି ପରିସ୍ଥିତିରେ ମଧ୍ୟାହ୍ନ ଭୋଜନ ବନ୍ଦ ନ କରିବାକୁ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମତୀ ପଣ୍ଡିତ। ପୁଷ୍ଟିକର ମଧ୍ୟାହ୍ନ ଭୋଜନ ପ୍ରତିଟି ଶିଶୁର ଅଧିକାର । ମଧ୍ୟାହ୍ନ ଭୋଜନ ଆମ ସମସ୍ତଙ୍କର ପ୍ରାଥମିକ ଦାୟିତ୍ଵ।ଏହା କିଭଳି ନିରାପଦ, ସ୍ଵଚ୍ଛ, ସୁରକ୍ଷିତ ହେବା ସହ ବିନା କୌଣସି ସମସ୍ୟାରେ ପ୍ରତିଦିନ ଛାତ୍ରଛାତ୍ରୀମାନଙ୍କୁ ମିଳିବ ସେ ନେଇ ସମସ୍ତଙ୍କୁ ସମ୍ବେଦନଶୀଳ ହେବାକୁ ପଡ଼ିବ ବୋଲି ସେ ମତପ୍ରକାଶ କରିଛନ୍ତି।

- Advertisement -

ଅନ୍ୟପକ୍ଷେ ରାଜ୍ୟ ସଂଯୋଜକ ଅଧିକାରୀ (ପିଏମ୍-ପୋଷଣ) ଶ୍ରୀ ରଘୁରାମ ଆର୍ ଆୟାର ମଧ୍ୟ ଶିକ୍ଷା ଅଧିକାରୀମାନଙ୍କ ସହ ମଧ୍ୟାହ୍ନ ଭୋଜନ ପରିଚାଳନା କିପରି ସରଳ ଓ ନିରାପଦ ହୋଇପାରିବ ସେ ନେଇ ଆଲୋଚନା କରିଥିଲେ । ସୂଚନାଯୋଗ୍ୟ, ପିଏମ୍-ପୋଷଣ ଅନ୍ତର୍ଗତ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଉଛି।

Hot this week

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବଟ୍ଟ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

Related Articles

Popular Categories