www.samajalive.in
Sunday, December 7, 2025
23.1 C
Bhubaneswar

ବଦଳିବ ମରଣଯନ୍ତା ପାଲଟିଥିବା ରାସ୍ତାର ନକ୍ସା

ବାଙ୍ଗିରିପୋଷି : ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ ନମ୍ୱର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟି ରାସ୍ତା ହେବ ବିପଦ ମୁକ୍ତ। ବଦଳିବ ମରଣଯନ୍ତା ପାଲଟିଥିବା ରାସ୍ତାର ନକ୍ସା। ବିପର୍ଯ୍ୟସ୍ତ ହୋଇ ପଡିଥିବା ଘାଟି ରାସ୍ତା ୨ ଲେନ ରୁ ହେବ ୪ ଲେନ ରାସ୍ତା। ଖର୍ଚ୍ଚ ହେବ ୨୬୪ କୋଟି ଟଙ୍କା। ଏଥିନେଇ ସୂଚନା ଦେଇଛନ୍ତି ମୟୂରଭଞ୍ଜ ଲୋକସଭା ସାଂସଦ ନବଚରଣ ମାଝୀ। ଏଥିନେଇ ଏକ ବୈଠକ ବାଙ୍ଗିରିପୋଷି ସ୍ଥିତ ଖଇରୀ ରିସୋର୍ଟ ଠାରେ ଅନୁଷ୍ଠିତ ହୋଇ ଯାଇଛି।

ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର,ଲୋକସଭା ସାଂସଦ ନବଚରଣ ମାଝୀ, ସାରସକଣା ବିଧାୟକ ଭାଦବ ହାଁସଦା, ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ସୁଗଦା ମୁର୍ମୁ ଙ୍କ ସହ ଏନଏଚଏଆଇ ଆଞ୍ଚଳିକ ଅଧିକାରୀ ଭିରେନ୍ଦ୍ର ସିଂ(ଦିଲ୍ଲୀ), ଏନଏଚଏଆଇ ପିଡି ଜେପି ଦାସବର୍ମା ପ୍ରମୁଖ ଙ୍କ ସହ ବହୁ ବିଭାଗୀୟ ପଦାଧିକାରୀ, ବିଜେପି କର୍ମୀ ଘାଟି ରାସ୍ତା ପରିଦର୍ଶନ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ଏଥିନେଇ ବୈଠକ ହୋଇଥିଲା। ବିପର୍ଯ୍ୟସ୍ତ ହୋଇ ପଡିଥିବା ରାସ୍ତାର କିପରି ତୁରନ୍ତ ମରାମତି କରାଯିବ ସେଥିନେଇ ଆଲୋଚନା କରଯାଇଥିଲା।ଘାଟି ରାସ୍ତାର ଉନ୍ନତୀକରଣ ପାଇଁ ୨୬୪ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇ ଡିପିଆର ପ୍ରସ୍ତୁତ ହେଇଛି। ଟେଣ୍ଡର ଆହ୍ବାନ ପରେ ରାସ୍ତା ନିର୍ମାଣ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସାଂସଦ ଶ୍ରୀ ମାଝୀ ସୂଚନା ଦେଇଛନ୍ତି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories